ନୂଆଦିଲ୍ଲୀ ୧୬/୫ : ଇସ୍ରୋ ଜୁଲାଇରେ ତ୍ୱିତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବ । ଏଥିରେ ୧୩ଟି ପେଲୋଡ୍ ରହିବ । ଯେଉଁଥିରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଏକ ଉପକରଣ ସାମିଲ ଅଛି । ଏହି ଅଭିଯାନରେ ନାସାର ଏକ ପୋସିଭ୍ ଏକ୍ସପେରିମେଂଟ୍ ମଧ୍ୟ ମହାକାଶକୁ ଛଡାଯିବ । ତେବେ ଏହା କେଉଁ ଉଦେଶ୍ୟରେ ଛଡାଯିବ ସେନେଇ ଇସ୍ରୋ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହି ଅଂତରୀକ୍ଷ ଯାନର ଓଜନ ୩.୮ ଟନ୍ । ଏଥିରେ ତିନୋଟି ମାଡ୍ୟୁଲ ଅର୍ବିଟର୍, ଲ୍ୟାଣ୍ଡର ଏବଂ ରୋବର ରହିଛି । ୯ରୁ ୧୬ ଜୁଲାଇ ମଧ୍ୟରେ ଏହାକୁ ଉତକ୍ଷେପଣ କରାଯିବା ନେଇ ଇସ୍ରୋ ସୂଚନା ଦେଇଥିଲା । ବର୍ତମାନ ଚନ୍ଦ୍ରୟାନ ୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି ।
ଚନ୍ଦ୍ରୟାନ୨ ଡିସେମ୍ବର ୬ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଏହା ଚନ୍ଦ୍ରପୃଷ୍ଠରୁ ୧୦୦ କିମି ଦୂରରେ ଚକର ଲଗାଇବ । ଏଥିରେ ଥିବା ଲ୍ୟାଣ୍ଡର ଦକ୍ଷିଣ ପୂର୍ବ ଦିଗରେ ଅବତରଣ କରିବା ସହ ରୋବରରୁ ତଥ୍ୟ ସଂଗ୍ରହ କରିବ । ଇସ୍ରୋର କହିବାନୁସାରେ, ଏହି ଅଭିଯାନରେ ଜିଏସଏଲଭି ମାର୍କ ୩ ପ୍ରକ୍ଷେପଣ ଯାନକୁ ବ୍ୟବହାର କରାଯିବ । ରୋବର ଚନ୍ଦ୍ରରେ ରହି ବିଭିନ୍ନ ପରୀକ୍ଷା କରିବ ।