ଥିରୁଅନନ୍ତପୁରମ:ଲକଡାଉନ ଲାଗୁ ହେବାପରେ ଦେଶରେ ପ୍ରଥମେ ଇ-କୋର୍ଟର ବ୍ୟବସ୍ଥା ଆରମ୍ଭ କରିଥିବା କେରଳ ହାଇକୋର୍ଟର ଜର୍ଜ ସିକେ ଅବଦୁଲ ରହିମଙ୍କୁ ତାଙ୍କର ଅବସର ପରେ ହାଇକୋର୍ଟ ତାଙ୍କୁ ଏକ ଯଥୋଚିତ ବିଦାୟ ସମ୍ବର୍ଦ୍ଧନା ଦେଇଛି ।
କେରଳ ହାଇକୋର୍ଟ ପକ୍ଷରୁ ତାଙ୍କ ପାଇଁ ଏକ ନିଆରା ସମ୍ବର୍ଦ୍ଧନା ସଭାର ଆୟୋଜନ କରା ଯାଇଥିଲା।
ଜୁମ ୱେବ ମାଧ୍ୟମରେ ବିଚାରପତି ରହିମଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ହାଇକୋର୍ଟର ବିଚାରପତିଗଣ, ଅଧିକାରୀ ଓ କର୍ମଚାରୀ, ବାର ଆସୋସିଅସନର କର୍ମକର୍ତ୍ତା, ବିଚାରପତି ରହିମଙ୍କ ପରିବାରବର୍ଗ ସମସ୍ତେ ବିଦାୟୀ ବିଚାରପତିଙ୍କ ସହ ଜୁମ ମାଧ୍ୟମରେ ଯୋଡି ହୋଇଥିଲେ ।
ଦୀର୍ଘ ୪୫ ମିନିଟର ଏହି ବିଦାୟକାଲୀନ ସମ୍ବର୍ଦ୍ଧନା ସଭାର ସମସ୍ତ ବିବରଣୀ ୟୁ-ଟୁବ ମାଧ୍ୟମରେ ପ୍ରସାରିତ ହୋଇଥିଲା।
ଦେଶରେ କେରଳରେ ପ୍ରଥମେ ଲକଡାଉନ ଲାଗୁ ହୋଇଥିଲା। ହେଲେ ବିଚାରପତି ରହିମ ଏଭଳି ଏକ ସମସ୍ୟା ଭିତରେ ଜନସାଧାରଣଙ୍କୁ ନ୍ୟାୟ ଦେବା ବ୍ୟବସ୍ଥା ଜାରି ରଖିବା ପାଇଁ ଇ-କୋର୍ଟ ଆରମ୍ଭ କରି ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ଶୁଣାଣୀ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଦେଶର ଅନ୍ୟନ ହାଇକୋର୍ଟ ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏ-କୋର୍ଟ ବ୍ୟବସ୍ଥା ଚାଲୁ କରିଛନ୍ତି ।