ନୂଆଦିଲ୍ଲୀ ୨୧/୫ : ଉଗ୍ରବାଦୀଙ୍କ ହମଲାରେ ଉଗ୍ରବାଦୀ ତିରପ ଜିଲ୍ଲାର ଏନସିପି ବିଧାୟକ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ଏଥିରେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଦେହରେ ମଧ୍ୟ ବୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନିକଟରେ ବିଧାୟକ ତିରଙ୍ଗ ଅବୋ ଅବୋହ ଏନସିପି ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ। ନ୍ୟାସନାଲ ସୋସିଆଲିଷ୍ଟ କାନସିଲ୍ ଅଫ ନାଗାଲାଣ୍ଡର ଆତଙ୍କୀ ଏହି ହମଲା କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ମେଘାଳ୍ୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏନପିପି ଏହି ଘଟଣାରେ ବହୁତ ଚକିତ ଏବଂ ଏହି ଖବର ଶୁଣି ବହୁତ କଷ୍ଟ ଲାଗୁଛି। ଏହି ହମଲାରେ ବିଧାୟକ ତିରଙ୍ଗ ଅବୋଙ୍କ ମୃତ୍ୟୁ ହୋଇଛି। ବିଧାୟକଙ୍କ ଉପରେ ହୋଇଥିବା ହମଲାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ସାଙ୍ଗମା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିକୁ ମ ମଧ୍ୟ ଏହି ଘଟଣାରେ ଶୋକ ପ୍ରକଟ କରିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୁଁ ଅରୁଣାଚଳ ପ୍ରଦେଶର ବିଧାୟକ ତିରଙ୍ଗ ଅବୋ, ତାଙ୍କ ପରିବାର ସମେତ ୧୧ ଲୋକଙ୍କ ନିର୍ମମ ହତ୍ୟାକୁ ନିନ୍ଦା କରୁଛି।