ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି । କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା କରିବାକୁ ସରକାର ବାୟୋମେଟ୍ରିକକୁ ବାଧ୍ୟତାମୂଳକ ରିଛନ୍ତି । ତେବେ ଯେଉଁ କର୍ମଚାରୀ ଏହି ନିୟମର ଉଲଘଂନ୍ନ କରିବେ ତେବେ ତାଙ୍କ ସେ ଦିନ ଛୁଟି ବୋଲି ବିବେଚନା କରାଯିବ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । କର୍ମଚାରୀମାନେ ଦିନକୁ ୭ ଘଣ୍ଟା ଡ୍ୟୁଟି ସମୟ ବାଧ୍ୟତାମୂଳକ କରାଯାଇଛି । ୧୦ରୁ ୬ ଟା ପର୍ଯ୍ୟନ୍ତ ଅଫିସ ସମୟ । କୌଣସି କର୍ମଚାରୀ ଯଦି ୪ ଘଣ୍ଟାରୁ କମ ସମୟ ଅଫିସ୍ରେ ରୁହନ୍ତି ତେବେ ସେ ଦିନ ତାଙ୍କର ଛୁଟି ବୋଲି ଗଣନା ହେବ । ତେବେ ସେହି ଭଳି ଇନ୍ ଏବଂ ଆଉଟର ମଧ୍ୟ ପଞ୍ଚ ଦେବାକୁ ପଡିବ ନ ଦେଲେ ସେହି ଦିନ ମଧ୍ୟ ସେମାନଙ୍କ ଛୁଟି ବୋଲି କାଉଣ୍ଟ ହେବ । ଠିକ୍ ସମୟରେ ଆସିବା ଉପରେ ବିଭାଗ ବିଶେଷ ଗୁରୁତ୍ୱ ଦେଇଛି ।