ରାଜ୍ୟ

ଉଜ୍ଜ୍ୱଳା ସାନିଟାରୀ ନାପକିନର ଶୁଭାରମ୍ଭ

Published

on

ଭୁବନେଶ୍ୱର ୩୦/୧୨ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭବନେଶ୍ୱରରେ ଉଜ୍ଜ୍ୱଳା ଦାନିଟାରୀ ନାପକିନ୍ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନାପକିନ୍ ଉତ୍ପାଦନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟର ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତି କେନ୍ଦ୍ରରେ ୧୦ରୁ ୧୨ ଜଣ ମହିଳା ନିୟୋଜିତ ହେବେ । ୧୦୦ଟି ଯାକ କେନ୍ଦ୍ରରୁ ଦୈନିକ ୧୨୦୦ ରୁ ୨୦୦୦ ପ୍ୟାଡ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ପରବର୍ତ୍ତୀ ସମୟରେ ୫୦୦ଟି କେନ୍ଦ୍ରରେ ଏହାର ଉତ୍ପାଦନ ଲାଗି ୫ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ରୋଜଗାର ବୃଦ୍ଧି କ୍ଷମତାକୁ ଦୃଷ୍ଟିରେ ରଖାଯାଇ ନାପକିନ୍ ପ୍ରସ୍ତୁତି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version