ଭୁବନେଶ୍ୱର ୨୭/୫ : ଉଠିଲା ଆଦର୍ଶ ଆଚରଣ ବିଧି କଟକଣା। ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର କାମକାର୍ୟ୍ୟର ପ୍ରଚରା ତଥା ପ୍ରସାର ପୂର୍ବଭଳି ଜାରି ରହିବ । ସେହିଭଳି ନିର୍ବାଚନରେ ବିଜୟ ହାସଲ କରିଥିବା ଉଭୟ ନେତା ଏବଂ ରାଜନୈତିକ ଦଳମାନେ ଜନତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ହୋଡିଂ, ବ୍ୟାନର ଏବଂ ପୋଷ୍ଟର ଲଗାଇପାରିବେ । କାହିଁକି ନା ଆଚର ସଂହିତା ଲାଗୁହେବା ସମୟରେ ଏହି କାମ ଗୁଡିକ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିଲା ।
ନୂତନ ସାର୍ବଜନିକ କାର୍ୟ୍ୟ ପାଇଁ ସ୍ୱୀକୃତି ମିଳିବ, ସରକାରଙ୍କ ଉପଲବ୍ଧି ଥିବା ହୋଡିଂ ଲଗାଯାଇପାରିବ, ବିଭିନ୍ନ ସରକାରୀ ଭବନଗୁଡିକରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜନୈତିକ ବ୍ୟକ୍ତିମାନଙ୍କର ଫଟୋ ଛପାଯାଇପାରିବ, ନିର୍ବାଚନ କ୍ଷେତ୍ରରେ ଦଳୀୟ ସଭା ତଥା ରାଲି ହୋଇପାରିବ, ସରକାରୀ ଗାଡିମାନଙ୍କରେ ସାଇରନ ବଜାଇପାରିବେ, ସରକାରଙ୍କ ଉପଲବ୍ଧି ସଂପର୍କିତ ବିଜ୍ଞାପନ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇପାରିବ, ସୋସିଆଲ ମିଡିଆ ପୋଷ୍ଟ ଉପରେ ବି କୌଣସି ପ୍ରକାରର ପ୍ରତିବନ୍ଧକ ଲାଗିବନି, ଜମିଜମା ପାସ କରିବା ପାଇଁ ନୂଆଁ ଆବେଦନ ନିଆଯିବ
ଉଲ୍ଲେଖା ଥାଉ କି, ନିର୍ବାଚନ ଆୟୋଗ ପକ୍ଷରୁ ଆଚାର ସଂହିତା ଲାଗୁ ହେବା ପରେ ଏହାର ଉଲ୍ଲଘଂନ ନେଇ ଅଭିଯୋଗ ଲାଗି ହେଲପଲାଇନ ନମ୍ବର ୧୦୯୫ ଜାରି କରାଯାଇଥିଲା । ନିର୍ବାଚନ ଆୟୋଗ ଦାବି କରିଥିଲା କି ଅଭିଯୋଗର ମାତ୍ର ୧୦୦ ମିନିଟ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବା ଭଳି ସେଭଳି କୌଣସି ଘୋଷଣାନାମା ଜାରିକରିପାରିବେ ନାହିଁ ।