ଦେଶ ବିଦେଶ

ଉଡାଇ ଦିଆଯାଇଛି ଆତଙ୍କ କ୍ୟାମ୍ପ୍- ବୈଦେଶିକ ସଚିବ

Published

on

ନୂଆଦିଲ୍ଲୀ,୨୬/୦୨,ପିଓକେରେ ଆକ୍ରମଣ ପରେ ବୈଦେଶିକ ମନ୍ତ୍ରାଳୟ ସଚିବ ବିଜୟ ଗୋଖଲେଙ୍କ ପ୍ରେସମିଟ୍‌। ପୁଲଓ୍ଵାମାରେ ଜୈଶ ଆତଙ୍କବାଦୀ ହମଲା କରିଥିଲା। ୨୦ ବର୍ଷ ହେବ ପାକିସ୍ତାନରେ ଜୈଶ ସକ୍ରିୟ ଅଛି। ବାଲାକୋଟରେ ଜୈଶର ସବୁଠାରୁ ବଡ଼ କ୍ୟାମ୍ପ ରହିଛି। ବହାବଳପୁରରେ ଜୈଶର ମୁଖ୍ୟାଳୟ ଅଛି।ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଜିହାଦୀମାନଙ୍କୁ ପ୍ରଶିକ୍ଷଣ ଦେବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ତେଣୁ ବାଲାକୋଟର ଜୈଶ-ଇ-ମହମ୍ମଦର ଶିବିର ଉପରେ ଆକ୍ରମଣ କରିବା ଅପରିହାର୍ଯ୍ୟ ଥିଲା । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ, ବରିଷ୍ଠ କମାଣ୍ଡର, ପ୍ରଶିକ୍ଷକ ଓ ଜିହାଦିଙ୍କୁ ଉଡ଼ାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ବାଲାକୋଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରର ଭିଣୋଇ ମୌଲାନା ୟୂସୁଫ ଆଝାର ଆତଙ୍କବାଦୀ କ୍ୟାମ୍ପ ଚଲାଉଥିଲା । ତେବେ ଆକ୍ରମଣରେ ତା’ର ମୃତ୍ୟୁ ହୋଇଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇପାରିନି । ଅପରପକ୍ଷରେ ଭାରତ କେବଳ ଆତଙ୍କବାଦୀ କ୍ୟାମ୍ପକୁ ହିଁ ଟାର୍ଗେଟ କରିଥିଲା । କୌଣସି ସାଧାରଣ ନାଗରିକଙ୍କର ଯେଭଳି ଜୀବନହାନୀ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ତେଣୁ ଘଂଚ ଜଙ୍ଗଲ ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ହିଁ ଭାରତ ନିଶାନା ସାଧିଥିଲା

Leave a Reply

Your email address will not be published. Required fields are marked *

Trending

Exit mobile version