ଡ଼ଲଫିନ ପ୍ରଧାନ
ଭୂବନେଶ୍ୱର:ଲକଡାଉନ ସମୟରେ କାରଖାନା ଶ୍ରମିକମାନଙ୍କ ମଜୁରୀ ଇଏସଆଇ ଫଣ୍ଡରୁ ଭରଣା କରାଯାଉ ବୋଲି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ( ୟୁସିସିଆଇ) ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ବର୍ତ୍ତମାନ ଇଏସଆଇ ଫଣ୍ଡରେ ୮୪୦୦୦ କୋଟି ଟଙ୍କା ଜମା ଥିବା କଥା ପ୍ରକାଶ କରି ୟୁସିସିଆଇ ର ସଭାପତି ରମେଶ ମହାପାତ୍ର କହିଛନ୍ତିଯେ ବର୍ତମାନର ଲକଡାଉନ ସମୟରେ ଏହି ଅର୍ଥରୁ କାରଖାନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଏପ୍ରିଲ ମାସରେ ମଜୁରୀ ଭାବେ ଦିଆ ଯାଉ ।
ମହାପାତ୍ରଙ୍କ ଏବଂ ୟୁସିସିଆଇ ର ଦୁଇ ଜଣ ବରିଷ୍ଠ ସଦସ୍ଯ ବ୍ରହ୍ମା ମିଶ୍ର ଓ ଅଶୋକ ସରଦ ଓଡିଶା ଚିଫ ସେକ୍ରେଟାରୀ ଅସିତ ତ୍ରୀପାଠୀଙ୍କୁ ଭେଟି ଏହି ପ୍ରସ୍ତାଵ ସମ୍ପର୍କରେ ଏକ ସ୍ମାରକ ପତ୍ର କେନ୍ଦ୍ର ଶ୍ରମମନ୍ତ୍ରଙ୍କ ଉଦେଶ୍ୟ ରେ ଦେଇଛନ୍ତି । ଠାରେ ଜନ୍ମ ଠାରୁ ମୁତ୍ଯୁ ପର୍ଯ୍ୟନ୍ତ ସମୟକୁ ନିବେଦନ କରିଛନ୍ତି । କଳ କାରଖାନା ଗୁଡିକର ଏହି ଦୁର୍ଦ୍ଦଶା ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସହିତ କଥାବାର୍ତା କରି ଓଡିଶା ସରକାର ଏକ ଆର୍ଥିକ ପ୍ୟାକେଜ ଆଣିବାକୁ ଉତ୍କଳ ଚାମ୍ବର୍ ପକ୍ଷରୁ ଅନୁରୋଧ କରାଯାଇଛି । କଳ କାରଖାନା ବିଶେଷକରି ରାଜ୍ୟର ଏମଏସଏମଇ ସେକ୍ଟର ପାଇଁ କାମଚଳା ପୁଞ୍ଜି ଶସ୍ତା ସୁଧାରେ, ମୁଦ୍ରା ଋଣ ଓ ଋଣ ଉପରେ ସୁଧ ଛାଡ଼ ଆଦି ଦାବିମାନ ମଧ୍ୟ କରାଯାଇଛି । ଏହାଛଡ଼ା ଏମ୍ଏସ୍ଏମ୍ଇ ଗୁଡ଼ିକୁ ପିଏସୟୁ ଏବଂ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ଯ ଏଜେନ୍ସୀଗୁଡ଼ିକରୁ ମିଳିବାକୁ ଥିବା ଦେୟ ତୁରନ୍ତ ପ୍ରଦାନ କରାଯିବା ନିମନ୍ତେ ୟୁସିସିଆଇ ସଭାପତି ମହାପାତ୍ର ଦାବି କରିଛନ୍ତି। ରାଜ୍ୟର ଷ୍ଟାର୍ଟଆପଗୁଡିକୁ ଉଦ୍ଧାର କରବାକୁ ଆର୍ଥିକ ସହାୟତା ପାଇଁ ମଧ୍ୟ ସେ ଦାବୀ କରିଛନ୍ତି ।