ଦେଶ ବିଦେଶ

ଉତ୍ତରପ୍ରଦେଶର ୮ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

Published

on

ଉତ୍ତରପ୍ରଦେଶର ୧୫/୪ : ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ରବି କିଷାନ ଶୁକ୍ଳାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁରରୁ ପ୍ରାର୍ଥୀ କରିଛି ବିଜେପି । ସୂଚନା ଅନୁଯାୟୀ, ରବି କିଷାନ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଜୌନପୁର ଲୋକସଭା ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଏବଂ ଏହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ୨୦୧୭ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ତେବେ କିଛି ଦିନ ତଳେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଏବଂ ଏହି ସାକ୍ଷାତ ପରେ ରବି କିଷାନ କହିଥିଲେ ଯେ, ଚଳିତ ନିର୍ବାଚନରେ ସେ ପୁଣି ଥରେ ନିର୍ବାଚନ ଲଢିବେ । ତେବେ ରବି କିଷାନଙ୍କ ବ୍ୟତିତ ଭୋଜପୁରୀ ଷ୍ଟାର ନିରହୁଆଙ୍କୁ ଆଜମଗଢ ଆସନରୁ ସପା ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛି ବିଜେପି ।
ଉତ୍ତରପ୍ରଦେଶ ପାଇଁ ଆଜି ବିଜେପି ୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ପ୍ରତାପଗଡରୁ ସଂଗମ ଲାଲ ଗୁପ୍ତା, ଆମ୍ବେଦକର ନଗରରୁ ମୁକ୍ତ ବିହାରୀ, ସଂତକବୀର ନଗରରୁ ପ୍ରବୀଣ ନିଷାଦ, ଗୋରଖପୁର ଆସନରୁ ରବି କିଷାନ, ଦେବରିୟା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁର ଆସନରୁ କେପି ସିଂହ ଏବଂ ଭଦୋହୀ ଆସନରୁ ରମେଶ ବିଂଦଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

Leave a Reply

Your email address will not be published. Required fields are marked *

Trending

Exit mobile version