ଭୁବନେଶ୍ୱର ୨୮/୧୨ : ମେଘାଳୟରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶାରୁ ଅଗ୍ନିଶମ ବିଭାଗର ଏକ ୨୦ ଜଣିଆ ଟିମ୍ ସିଲଂ ଯାତ୍ରା କରିଛନ୍ତି । ଅଗ୍ନିଶମ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଏହି ଟିମ୍ ସେଠାକୁ ଯାଇଛି । ମେଗାଳୟରେ ଏକ ଖଣିରେ କିଛିଦିନ ହେବ ୧୫ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଟିମ୍ ପଠାଯାଇଛି ।