ଅପରାଧ

ଉଦ୍ଧାର ହେଲା ପାଟଣାଗଡ ଚୋରି ହୋଇଥିବା ୪ ଦିନର ଶିଶୁ

Published

on

ପାଟଣାଗଡ ୯/୩ :ଉଦ୍ଧାର ହେଲା ଚୋରି ହୋଇଥିବା ୪ ଦିନର ଶିଶୁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି । ଗତ ୬ ତାରିଖରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ଶିଶୁକୁ ଜଣେ ମହିଳା ନେଇଯାଇଥିଲେ । ଶିଶୁ କକ୍ଷର ୭୬ ନମ୍ବର କ୍ୟାବିନରୁ ଜଣେ ଅଜଣା ମହିଳା ସର୍ମ୍ପକୀୟ ବୋଲି ପରିଚୟ ଦେଇ ପିଲାଟିକୁ ଖେଳାଇବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମହିଳା ଜଣଙ୍କ ଆଶାକର୍ମୀ ବେଶରେ ଆସିଥିବା ବେଳେ ତା ସହଯୋଗୀ ବାହାରେ ଏକ ବାଇକ୍ରେ ଅପେକ୍ଷା କରିଥିବା ସ୍ଥାନୀୟ ଲୋକେ କହିଥିଲେ । ଶିଶୁ ଚୋରି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version