ନୂଆଦିଲ୍ଲୀ:ଉପ ରାଷ୍ଟ୍ରପତି ଭେଙ୍କେୟ। ନାଇଡୁଙ୍କ ଲେଖା ଚୋରି ।
ପାର୍ଥ ପ୍ରତିମ ମଜୁମଦାରଙ୍କ ହିନ୍ଦୁ ଖବରକାଗଜର ଓପେନ ପେଜରେ ୱେବ ଏକ୍ସକ୍ଲୁସିଭ ଭାବେ ପ୍ରକାଶିତ ଏକ ଲେଖାକୁ ନେଇ ଏକ ବିବାଦୀୟ ଚର୍ଚ୍ଚା ଆରମ୍ଭ ହୋଇ ଯାଉଇଛି। ମଜୁମଦରଙ୍କ ଏହି ଲେଖା ଉପ ରାଷ୍ଟ୍ରପତି ଙ୍କ ଏକ ଲେଖରୁ ଚୋରି ହୋଇଛି ବୋଲି ଅଭିଯୋଗ ଆସିବା ପରେ ଲେଖାଟିକୁ ୱେବରୁ ହଟାଇ ଦିଆ ଯାଇଛି।
ହିନ୍ଦୁ ବିଜିନେସ ଲାଇନରେ ମେ ମାସ 2018 ମସିହାରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଏକ ଅଗ୍ରଲେଖା ‘Why the Indian Family is a great institution’ ରେ ପ୍ରକାଶ ପାଇଥିଲା। ବର୍ତମାନ ୫ ଏପ୍ରିଲ ୨୦୨୦ ରେ ମଜୁମଦାରଙ୍କ ଏକ ଲେଖା ୱେବରେ ‘It is in the family’ ଶୀର୍ଷକରେ ପ୍ରକାଶ ପାଇଛି।
ମଜୁମଦାର ଉପରାଷ୍ଟ୍ରପତିଙ୍କ ଲେଖରୁ ଚୋରି କରି ଲେଖିଥିବାର ଜଣା ଯାଇଛି। ଏପରିକି ଶବ୍ଦ ସହ ଶବ୍ଦ ଏବଂ ବାକ୍ୟ ସହ ବାକ୍ୟ ମିଶି ଯାଉଥିବାର ଅଭିଯୋଗ ରହିଛି।
ଏହି ଲେଖା ଚୋରିର ପ୍ରମାଣ ସିଦ୍ଧ ହେବାପରେ ସମ୍ପାଦକ ମଜୁମଦାରଙ୍କ ଲେଖାଟିକୁ ୱେବ ପେଜରୁ ହଟାଇ ଦେବା ସଙ୍ଗେ ସଙ୍ଗେ ମଜୁମଦାରଙ୍କୁ ସ୍ତମ୍ଭକାର ଭାବେ ମଧ୍ୟ କଳା ତାଲିକାଭୁକ୍ତ କରିଛନ୍ତି।
ତେଲୁଗୁରେ ‘ଇଦି ଏମିତି ଏଦି?’ ଅର୍ଥ ‘ଏସବୁ କଣ ହେଉଛି?’