ସୋନପୁର ୧/୧୨ : ଋଣ ଶୁଝି ନପାରିବା ଭୟରେ ବିନିକା ବ୍ଲକ୍ର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ଚାଷୀଜଣକ ହେଉଛନ୍ତି ସିଂହିଂଯୁବା ଗାଁର ଭୁତୁଲୁ କର୍ଣ୍ଣ । ସେ ଧାନ କାଟିବାକୁ ଯାଇ ବିଲ ନିକଟରେ ଥିବା ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ଅନ୍ୟମାନଙ୍କ ଠାରୁ ହାତ ଉଧାରିରେ ସାଢ଼େ ୨ ଲକ୍ଷ ଟଙ୍କା କରଜ କରିଥିଲେ । କେମିତି ଋଣ ଶୁଝିବେ ସେ ନେଇ କ୍ରମାଗତ କିଛିଦିନ ହେଲା ଚିନ୍ତାରେ ଥିଲେ ଏବଂ ଆଉ ଋଣ ଶୁଝି ନହେବ ଭାବି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେହିପରି ଟିଟିଲାଗଡ଼ ଅଂଚଳର ଏକ ଚାଷୀ ଦମ୍ପତି କୀଟନାଶ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଗାଁ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି ।