ମୁମ୍ବାଇ: ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଋଷି କପୁରଙ୍କ ଗୁରୁବାର ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
କ୍ୟାନ୍ସର ପୀଡିତ ୠଷି କପୁର ବୁଧବାର ସର ହେଚ.ଏନ.ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ତାଙ୍କର ବିଧବା ପତ୍ନୀ ନୀତୁ ସିଂହ, ପୁତ୍ର ରନବିର କପୁର ଏବଂ ପୁତ୍ରୀ ରିଦିମା କପୁର ଜୀବିତ ଅଛନ୍ତି ।
ୠଷି କପୁର ମେରା ନାମ ଜୋକର ସିନେମାରେ ଏକ ଛୋଟିଆ ଭୂମିକରୁ ତାଙ୍କର ଫିଲ୍ମୀ କେରିଅର ଆରମ୍ଭ କାରିଥିଲେ । ତେବେ ବବି ଫିଲ୍ମ ସୁପର ହିଟ ହେବାପରେ ତାଙ୍କର ଚଳଚ୍ଚିତ୍ର ଜୀବନରେ ହଠାତ ଏକ ଉତ୍ତରଣ ଗତି ଆସିଥିଲା। ଏହାପରେ ସେ କର୍ଯ, ଖେଳ ଖେଳ ମେ,ହମ କିସୀସେ କମ ନେହିଁ, ସରଗମ, ଆମର ଆକବର ଆଣ୍ଠୋନି ଆଦି ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ହିନ୍ଦୀ ସନେମା ଜଗତକୁ ଦେଇଥିଲେ।
ରକ୍ତ କର୍କଟ ରୋଗରେ ପୀଡିତ ହେବା ପରେ ମଧ୍ୟ ସେ ଅଭିନୟକୁ ଛାଡି ନ ଥିଲେ। ନିକଟରେ ଅମିତବ ଵଚନଙ୍କ ସହ ତାଙ୍କର ସିନେମା 102 ନଟ ଆଉଟ ମୁକ୍ତିଲାଭ କରିଥିଲା। ଏହା ପୂର୍ବରୁ ସେ ତପସ୍ୱୀ ପାଁଣୁଙ୍କ ସହ ମୂଳକ ଚଳଚ୍ଚିତ୍ର କରିଥିଲେ। ହଲିଉଡ଼ଅ ସିନେମା ଇଣ୍ଟରନର ହିନ୍ଦୀ ରିମେକ ରେ ସେ ଦୀପିକ ପଡୁକୋନ ସହ ସୂଟିଙ୍ଗ କରୁଥିଲେ। ସେହିଭଳି ସରମାଜି ନମକୀନ ଚଳଚ୍ଚିତ୍ର ରେ ଜୁହି ଚାୱଲାଙ୍କ ସହ ତାଙ୍କର ସିନେମା ଆସିବାର ଥିଲା।