ବାଲେଶ୍ୱର,୨୫/୦୨:ଏଟିଏମ୍ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ତାଳପଦା ବଜାରରେ ଥିବା ଏକ ଏଟିଏମ୍କୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି। ଗତକାଲି ମେଘୁଆ ପାଗ ଥିବାରୁ ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଇଣ୍ଡିକାସ୍ ଏଟିଏମ୍କୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେ ନେଇ ସୂଚନା ମିଳିପାରିନି।