ରାଜ୍ୟ

ଏଣିକି ଉଦ୍ଧାରକାରୀଙ୍କୁ ମିଳିବ ପୁରସ୍କାର

Published

on

ଭୁବନେଶ୍ୱର ୨୦/୧୨ : ଆହତ ଲୋକମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ୨ ହଜାର ଟଙ୍କା ପୁରସ୍କାର ଦିଆଯିବ । କେବଳ ସେତିକି ନୁହେଁ, ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣିବା ବାବଦ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ସରକାର ପ୍ରଦାନ କରିବେ । ସେମାନଙ୍କୁ ପୋଲିସ ଆଦୋ÷ ହଇରାଣ କରିପାରିବ ନାହିଁ । ଏ ସମ୍ପର୍କରେ ପୋଲିସକୁ ବିଦ୍ଧିବଦ୍ଧ ନିର୍ଦ୍ଦେଶ ଦିଆଯିବ । ରାଜପଥଗୁଡ଼ିକରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସେଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏଥି ଲାଗି ରାଜ୍ୟର ୫ଟି ଜୋନ୍ ପାଇଁ ପରିବହନ ବିଭାଗ ୧୦ କୋଟି ଟଙ୍କା ପ୍ରଦାନ କରିବେ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version