ରାଜ୍ୟ

ଏଣିକି  ଓଡିଶାରେ ମିଳିବ କ୍ୟାନସର ରୋଗୀଙ୍କୁ ବମ୍ବେ ଭଳି ଚିକିତ୍ସା : ବାରଙ୍ଗ ରତାଗଡରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର ୧୭/୨ : ଓଡିଶା ପାଇଁ ଐତିହାସିକ ଦିନ । ବମ୍ବେ ନୁହେଁ ଓଡିଶାରେ ମିଳିବ କ୍ୟାନସର ଚିକିତ୍ସା । ଓଡିଶା ପାଇଁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସବୁଠାରୁ ବଡ କ୍ୟାନ୍ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର । ୫ଶହ କୋଟି ବ୍ୟୟରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ହସ୍ପିଟାଲ ପାଇଁ ୧୫ ଏକର ଜମି ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ । ଏହି ଶିଳାନ୍ୟାସ ଉତ୍ସବରେ ସାମିଲ ହୋଇଥିଲେ ଟାଟା ଟ୍ରଷ୍ଟ୍ସର ଅଧ୍ୟକ୍ଷ ରତନ ଟାଟା । ଓଡିଶା ସରକାର ଓ ଟାଟା ଟ୍ରଷ୍ଟ ସହାୟତାରେ ପ୍ରତିଷ୍ଠା ହେବ ଏହି ହସ୍ପିଟାଲ । ଏନେଇ ୨୦୧୮ ମେ ମାସରେ ଟାଟା ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଶୈଳୀରେ ଏହା ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୫ ଏକର ଜମି ଯୋଗାଇ ଦିଆଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version