ରାଜ୍ୟ

ଏଣିକି ବିନା ପ୍ରମାଣପତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ମାଗଣା ଚିକିତ୍ସା : ରାଜ୍ୟସରକାର

Published

on

ଭୁବନେଶ୍ୱର ୨୭/୨ : ବିଏସ୍‌କେୱାଇରେ ବିନା ପ୍ରମାଣପତ୍ରରେ ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ପିଏଚ୍‌ସି, ସିଏଚ୍‌ସି, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀମାନେ ମାଗଣାରେ ଚିକିତ୍ସା ପାଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ରୋଗୀଙ୍କୁ ମାଗଣା ଚିକିତ୍ସା ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ନିର୍ଦେଶ ଦେଇଛନ୍ତି ।
ଏଥିରେ ମେଡିକାଲ କଲେଜ କର୍ତୃପକ୍ଷ ଯୋଜନାର ମାର୍ଗଦର୍ଶିକା ସଂପର୍କରେ ଠିକ୍‌ଭାବେ ଅବଗତ ହେବା, ବିନା ମୂଲ୍ୟରେ ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କରିବା, ରୋଗୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଦୃଷ୍ଟି ଦେବା ପାଇଁ ନିର୍ଦେଶ ଦିଆଯାଇଛି । ବିଏସ୍‌କେୱାଇରେ ରୋଗ ନିରୂପଣ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଉଥିବା କୁହାଯାଇଛି ।
ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ,ରାଉରକେଲା ସରକାରୀ ‌ଡାକ୍ତରଖାନା, ଆଚାର‌୍ୟ୍ୟ ହରିହର କର୍କଟ ପ୍ରତିଷ୍ଠାନର ନିର୍ଦେଶକ, ଶିଶୁଭବନର ନିର୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version