ଅପରାଧ

ଏଥର ପୋଲିସର ପାଳି, ଲକଡାଉନ ପାଇଁ ଦଣ୍ଡିତ

Published

on

କଟକ:କଥା କଥାକେ ଲକଡାଉନ ଭାଙ୍ଗୁଥିବା ଲୋକଙ୍କୁ ପିଟୁଥିବା ପୋଲିସକୁ ଏବେ ଲକଡାଉନ ଭାଙ୍ଗିବା ଅପରାଧରେ ଦଣ୍ଡ ଭୋଗିବାକୁ ପଡିଛି ।
ଲକଡାଉନ ଭାଙ୍ଗିବା ଅଭିଯୋଗରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ଅଭୟ ଆଜି ଯାଜପୁର ଜିଲ୍ଲାର ବଡଚଣା ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପକ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ଦୀପକ ଗତ ରବିବାର ଦିନ ସରକାରୀ ଗାଡ଼ିରେ ନିଜର ପରିବାର ଧରି ପୁରୀ ଯାଇଥିଲେ । ସେଠାରେ ସେ ଲକଡାଉନକୁ ନମାନି ମନ୍ଦିର ଭିତରକୁ ଦକ୍ଷିଣ ଦ୍ୱାରା ଦେଇ ଜବରଦସ୍ତ ପ୍ରବେଶ କରିଥିଲେ । ଦକ୍ଷିଣ ଦ୍ୱାର ଦାଇତ୍ଵ ରେ ଥିବା ସିଂହଦ୍ୱାର ଥାନା ହବଲଦାରଙ୍କ ପ୍ରତିବାଦ ସତ୍ୱେ ଜେନା ଜଣେ ଅଣ ସେବାୟତଙ୍କ ସହାୟତାରେ ମନ୍ଦିରରେ ପ୍ରବେଶ କରିଥିଲେ ।
ହବଲଦାରଙ୍କ ଅଭିଯୋଗକୁ ଆଧାର କରି ପୁରୀ ସିଂହଦ୍ୱାର ଥାନା ପୋଲିସ ଜେନାଙ୍କ ବିରୁଦ୍ଧରେ ଏକ ମାମଲା (40/୨୦୨୦) ରୁଜ୍ଜୁ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version