ଦେଶ ବିଦେଶ

ଏନକାଉଂଟରରେ ୨ ଆତଙ୍କବାଦୀ ନିହତ : ମାରଣାସ୍ତ୍ର ଜବତ

Published

on

ଜାମ୍ମୁ-କାଶ୍ମୀର ୨୫/୪ : ଦକ୍ଷିଣ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ଗୁରୁବାର ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଆତଙ୍କବାଦୀ ନିହତ । ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ସେନା ଅଧିକାରୀ କହିଛନ୍ତି କି, ସେନାର ୩ ଆରଆର ଓ ଏସଓଜିର ସଂଯୁକ୍ତ ଟିମ୍ ଗୁରୁବାର ସକାଳେ ଟାଉନର ବଙ୍ଗନ୍ଦରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଯେତେବେଳେ ସୁରକ୍ଷାବଳଙ୍କ ସଂଯୁକ୍ତ ଟିମ୍ ସନ୍ଦେହଜନକ ଜାଗାରେ ତଲାସି ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ଆତଙ୍କବାଦୀମାନେ ଅନବରତ ଗୁଳି ଚାଳନା ଆରମ୍ଭ କରିଥିଲେ । ଉଭୟ ପଟରୁ ଗୁଳି ଚାଳନା ହୋଇଥିଲା । ଏହା ମଧ୍ୟରେ ଦୁଇ ଆତଙ୍କବାଦୀଙ୍କୁ ମାରିଛନ୍ତି ସୁରକ୍ଷାବଳ । ଆତଙ୍କବାଦୀଙ୍କ ଶବ ପାଖରୁ ଗୋଳା ବାରୁଦ ଜବତ ହୋଇଛି । ଏବେ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନି । କିନ୍ତୁ ଉଭୟେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version