ବ୍ରହ୍ମପୁର ୨୧/୧୨ : ପୋଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଏହି ଅପରାଧୀ ଜଣକ ହେଉଛି ଜୟ ପ୍ରଧାନ । ସେ ଗତ ରାତିରେ ଦିଗପହଣ୍ଡି ଚାଙ୍ଗୁଡ଼ିଦେଇ ପାହାଡରେ ଲୁଚିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏତିକିବେଳେ ଜୟ ଗୁଳି ଚଳାଇବାରୁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା । ଜୟ ପ୍ରଧାନର ବାମ ଗୋଡ଼ରେ ଗୁଳି ବାଜିବା ପରେ ପୋଲିସ କର୍ମଚାରୀମାନେ ତାକୁ ମାଡ଼ି ବସିଥିଲେ । ତେବେ ଗୁଳିଚାଳନା ପୂର୍ବରୁ ପୋଲିସ ସହ ତା’ର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଦିଗପହଣ୍ଡି ଆଇଆଇସିଙ୍କ ସମେତ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଜୟ ପ୍ରଧାନକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତା’ ନାମରେ ବିଭିନ୍ନ ଥାନାରେ ୨୦ରୁ ଉଦ୍ଧ୍ୱର୍ ଅପରାଧ ମାମଲା ରହିଛି ।