ଅପରାଧ

ଏନକାଉଣ୍ଟର : ମନୋଜ ସ୍ୱାଇଁ ଆହତ

Published

on

କଟକ ୧୯/୩ : ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଭିଯୁକ୍ତ ଜଗତସିଂହପୁରର ମୁରଲି କୁମାର ସ୍ୱାଇଁଙ୍କ ପୁଅ ମନୁଆ ଓରଫ ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ମନୁଆର ବାମ ଗୋଡରେ ଗୁଳି ବାଜିଛି। ତାକୁ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ମନୋଜ ମାଲଗୋଦାମ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲା। ତେବେ ପୁଲିସ ମନୋଜକୁ ଧରିବା ପାଇଁ ତଦନ୍ତ ଚଲାଇଥିଲା। ଗତକାଲି ବିଳମ୍ବିତ ରାତିରେ ବିଶେଷସୂତ୍ରରୁ ସୂଚନା ପାଇ ମାଲଗୋଦାମ ଆଇଆଇସି ରବି ନାରାୟଣ ଭଞ୍ଜ ପୁଲିସ ଟିମ୍ ସହିତ ବିଶ୍ୱଗୁରୁ ଲ କଲେଜ ନିକଟସ୍ଥ ମହାନଦୀ କୂଳରେ ରାତି ୧.୩୦ରେ ପହଞ୍ଚିଥିଲା। ସେଠାରେ ଏକ ପାଣିଟାଙ୍କି ନିକଟରେ ପୁଲିସ ମନୁଆ ଓରଫ ମନୋଜ କୁମାର ସ୍ୱାଇଁ ଉପରେ ଆକସ୍ମିକ ଚଢ଼ାଉ କରିଥିଲା। ଏହି ସମୟରେ ମନୋଜ ପୁଲିସ ଉପରକୁ ବୋମାମାଡ କରିଥିଲ। ଫଳରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ଏସ୍ଆଇ ସୁନିଲ ଯାଦବ ଓ ହାବିଲଦାର ଗୁଲାମ୍ ମହମ୍ମଦ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ମନୋଜ ବି ଆହତ ହୋଇ ଚିକିତ୍ସିତ ହେଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version