ରାଜ୍ୟ

ଏନକାଉଣ୍ଟର : ୫ ମାଓବାଦୀ ମୃତ

Published

on

କୋରାପୁଟ ୮/୫ : ଏନକାଉଣ୍ଟରରେ ୫ ଜଣ ମାଓବାଦୀ ମୃତ । ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ମାଓବାଦୀ ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶ ସୀମା ପାଡୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ମାଓବାଦୀଙ୍କ ଉପରେ ଏନକାଉଣ୍ଟର କରାଯାଇଛି ।  ଆନ୍ଧ୍ରପ୍ରଦେଶ ସୀମାରେ ଥିବା ପାଡୁଆ ଥାନା ଅଦିନ କିଟୁଆକାନ୍ତି ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ଡିଭିଏଫ୍, ଏସ୍‌ଓଜି ପକ୍ଷରୁ ମିଳିତ ଭାବେ କମ୍ୱିଂ ଅପରେସନ କରାଯାଇଥିଲା । କମ୍ୱିଂ ଅପରେସନ ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।  ଏହା ସହିତ ମୃତ ମାଓବାଦୀଙ୍କ ଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କହିଛନ୍ତି କୋରାପୁଟର ଏସ୍‌ପି କନୱାର ବିଶାଲ ସିଂହ । ମାଓବାଦୀଙ୍କ ଉପରେ ଡିଭିଏଫ୍ ଓ ଏସ୍‌ଓଜି ପକ୍ଷରୁ କଡା ଆଭିମୁଖ୍ୟ ରଖାଯାଇତିବା ଏହି ଅପରେସନରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version