ରାଜ୍ୟ

ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଆହତ

Published

on

ବଲାଙ୍ଗୀର ୧୭/୬ : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି । ତାକୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ଗତକାଲି ରାତିରେ ପୁଇଁତଳା ମହିମୁଣ୍ଡାରେ ଅଂଚଳରେ ସୀତାରାମ ଥିବା ପୋଲିସକୁ ଖବର ମିଳିଥିଲା । ଏହା ପରେ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ସୀତାରାମ ଆତ୍ମସମର୍ପଣ ନ କରି ଓଲଟା ପୋଲିସ ଉପରକୁ ଗୁଳି ଚାଳନା କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା । ପୋଲିସର ପାଲଟା ଗୁଳିରେ ସେ ଗୁରୁତର ହୋଇପଡ଼ିଥିଲା । ତାର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ ବଲାଙ୍ଗୀର ମେଡ଼ିକାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଏକ ଦେଶୀ ମାଉଜର ଜବତ କରାଯାଇଛି । ସୀତାରାମ ନାଁରେ ବହୁ ଅପରାଧିକ ମାମଲା ରହିଛି । ତାକୁ ଧରିବାକୁ ଅନେକ ଦିନରୁ ପୋଲିସ ଖୋଜାଖୋଜି କରୁଥିବାବେଳେ ଏହି ସଫଳତା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version