ଭୁବନେଶ୍ୱର ୨୮ : କାଳିଆ ଯୋଜନା ଅଧିକ ୧୦ ଲକ୍ଷ ଚାଷୀଙ୍କ ଯାଞ୍ଚ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ପହିଲା କିମ୍ୱା ତା ପରେ ପରେ ଡ୍ରାଫ୍ଟା ତାଲିକା ପ୍ରାକଶ ପାଇବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । କେହି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏହା ସହ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ବଣ୍ଡନ ଉପରେ ମଧ୍ୟ ଆଲୋଚନା ହୋଇଛି । ଏପ୍ରିଲ ୧ ପରେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଗତ ୨୬ ତାରିଖରେ ରାଜ୍ୟ ସଚିବାବଳୟରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କାଳିଆ ଯୋଜନା ଉପରେ ମହତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀ କୂଳକୁ କେମିତି ଆହୁରି ଖୁସି କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି କାଳିଆର କଳେବର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନାରେ ଆଉ ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।