ଭୁବନେଶ୍ୱର ୨୭/୩ : ଏପ୍ରିଲ ୪ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗଦେବ ରାହୁଲ ଗାନ୍ଧୀ । ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ୟ୍ୟକ୍ରମ ରହିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜନତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଉଛି । ଆରମ୍ଭ ହୋଇଯାଇଛି ପ୍ରଚାର ଯୁଦ୍ଧ । ଗୋଟିଏ ପଟେ ଏପ୍ରିଲ ପହିଲାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଗସ୍ତର ଠିକ ୩ ଦିନ ପରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ।