ଅପରାଧ

ଏବେ ବାବୁଙ୍କ ଗାଡି ଉପରେ ନଜର

Published

on

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ପୋଲିସର ଆଖି ଏବେ ବାବୁଙ୍କ ଗାଡି ଉପରେ।

ବାବୁମାନେ ଚଢୁଥିବା ତିନୋଟି ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ଶନିବାର ପାଖାପାଖି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛନ୍ତି।

କେଉଁଝର ବୈତରଣୀ ଇରିଗେସନ ଡିଭିଜନର ସୁପେରିନଟେଣ୍ଡେଟ ଇଂଜିନିୟରି ବିଧାନ ଚନ୍ଦ୍ର ସାହୁ ନିଜ ଗାଡିରେ କଟକ ଯାଉଥିବା ବେଳେ ପାଣିକୋଇଲି ଛକଠାରେ ଭିଜିଲାନ୍ସ ପୋଲିସ ଚଢ଼ାଉ କରି ନଗଦ ୧୦ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରିଛନ୍ତି। ସାହୁଙ୍କ କଟକସ୍ଥିତ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଛି।

ସେହିଭଳି ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ରାଉରକେଲା ରିଜିଓନାଲ ଅଫିସର ଡ଼ଃ ପି କେ ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ଠାରେ ତାଙ୍କ ପାଖରୁ ୧,୭୫,୦୦୦ ନଗଦ ଟଙ୍କା ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ସୁନ୍ଦରପଦା ଘର ଉପରେ ଏବେ ଚଢ଼ାଉ ଜାରି ରହିଛି।

ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ବାଲେଶ୍ୱର ରିଜିଓନାଲ  ଅଫିସର ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗୀ ଚେକଗେଟ ନିକଟରେ ତାଙ୍କ ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ୮୯,୦୦୦ ନଗଦ ଟଙ୍କା ତାଙ୍କ ପାଖରୁ ଜବତ କରିଛନ୍ତି। ତାଙ୍କ ଘର ଉପରେ ଏବେ ଚଢ଼ାଉ ଚାଳିଛି।

 

Leave a Reply

Your email address will not be published. Required fields are marked *

Trending

Exit mobile version