ବ୍ରହ୍ମପୁର ୨୫/୧୨ : ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ଅପରାହ୍ନରେ ରେସିଡେଣ୍ଟ ଡକ୍ଟର୍ସ ହଷ୍ଟେଲରେ ନିଆଁ ଲାଗିଯାଇଥିଲା । ଦମକଳବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ହେଁ, ହଷ୍ଟେଲର କିଛି ଆସବାବପତ୍ର ଓ କାଗଜପତ୍ର ପୋଡ଼ି ଯାଇଛି । ଅବଶ୍ୟ ସେତେବେଳେ ହଷ୍ଟେଲ ଭିତରେ କେହି ନଥିଲେ । ଅଗ୍ନିକାଣ୍ଡର କାରଣ ହଠାତ ଜଣାପଡ଼ିନାହିଁ । ତେବେ ସଟ୍ସର୍କିଟରୁ ନିଆଁ ଲଗାଥିବା ଅନୁମାନ କରାଯାଉଛି ।