ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଅର୍ଥ ଯୋଗାଡ଼ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମପି ଲାଡ଼ ଫଣ୍ଡ ବନ୍ଦ କରି ଦେଇଥିଲେ।
ତେବେ ବର୍ତମାନ କରୋନା ମହାମାରୀ ପରିସ୍ଥିତିରେ କିଛିଟା ସୁଧାର ଆସିବା ପରେ ଦଳମତ ନିର୍ବିଶେଷରେ ସାଂସଦମନେ ଏମପି ଲାଡ଼ ଫଣ୍ଡ ଚାଲୁ କରିବାକୁ ଦାବି କରିଛନ୍ତି।
ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ। ସୀତାରାମନ ସଂସଦରେ ଅର୍ଥ ବିଲ ଉପରେ ଚର୍ଚ୍ଚା କଲାବେଳେ କଂଗ୍ରେସ ଏମପି ଆମର ସିଂ ଏମପି ଲାଡ଼ ଫଣ୍ଡ ପାଇଁ ଦାବି କରିଥିଲେ। ଏହାକୁ ଦଲମତ ନିର୍ବିଶେଷରେ ସମସ୍ତ ଏମପି ଟେବୁଲ ବାଡେଇ ସମର୍ଥନ କରିଥିଲେ।
ଏମପି ଲାଡ଼ ଫଣ୍ଡ ବନ୍ଦ ହୋଇଯିବା ଫଳରେ ଏମପିମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜନରୋଷର ଶିକାର ହେଉଛନ୍ତି।