ଭୁବନେଶ୍ୱର ୨୦/୧ : ଏମ୍ସର ୬ ମହଲାରୁ ତଳକୁ ଡେଇଁ ରବିବାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଖୋର୍ଦ୍ଧା ଜକରା ଗାଁ ସତ୍ୟଜିତ ମହାନ୍ତି । ସେ ବିଷ ପିଇ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ୪ ଦିନ ତଳେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ।