ନୂଆଦିଲ୍ଲୀ ୧୦/୧ : ପାକିସ୍ତାନର ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ସୁଯୋଗ ମିଳିବା ମାତ୍ରେ ସେମାନେ ସୀମା ପାର ହୋଇ ଭାରତ ଭିତରେ ପଶିବା ପାଇଁ ଉଦ୍ୟମ କରିବେ ବୋଲି ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନି ରାୱତ ସତର୍କ କରାଇ ଦେଇଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଭାରତୀୟ ସେନା ସମ୍ପୂର୍ଣ୍ଣ ସଜାଗ ରହିଥିବାରୁ ଆତଙ୍କବାଦୀଙ୍କ ଏହି ଉଦ୍ୟମ ବିଫଳ ହେବା ନିଶ୍ଚିତ । ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ସମବେତ ହୋଇ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଜେନେରାଲ ରାୱତ ଏହି ଅବସରରେ ଜାମ୍ମୁକାଶ୍ମୀର ପରିସ୍ଥିତି ସୁଧୁରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।