ଭୁବନେଶ୍ୱର ୨/୬ : ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଥିବା ଏହି ନେତା ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଦାୟିତ୍ୱ ଗ୍ରହଣ କରୁ କରୁ ଆକ୍ସନରେ ଅଛନ୍ତି ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ବିଳମ୍ବ ନକରି ଆରମ୍ଭରୁ ସ୍ୱାସ୍ଥ୍ୟ ବିଭାଗ ତଦାରଖ ଆରମ୍ଭ କରିଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବ ଦାସ ପ୍ରଥମେ କଟକର ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି । ଏସସିବି ମେଡିକାଲରେ ପହଁଚି ସେ କର୍ତ୍ତୃପକ୍ଷଙ୍କ ସହିତ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏଠାରେ ଥିବା ସମସ୍ୟା ନେଇ ଅବଗତ ହେବା ପରେ ସମାଧାନ ନେଇ ସେ ପ୍ରତିଶ୍ରୁତି ରଖିଛନ୍ତି । ରାଜ୍ୟ ସରକାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନା କରିଛନ୍ତି ।