ନୂଆଦିଲ୍ଲୀ ୧୯/୩ : ଏସିଡ୍ ଆଟାକ ନିର୍ମମ ଅପରାଧ, କ୍ଷମା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ସୁପ୍ରମକୋର୍ଟ । ସର୍ବୋଚ୍ଚ ଅଦାଳତ ଦୁଇ ଦୋଷୀଙ୍କୁ ପୀଡିତା ଝିଅ ମାନଙ୍କୁ ଅତିରିକ୍ତ ଦେଢ-ଦେଢ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଆଦେଶ ଦେବା ସହ ଏହି ଟିପ୍ପଣୀ କରିଛନ୍ତି । ଦୁଇ ଦୋଷୀ ବର୍ଷ ୨୦୦୪ରେ ୧୯ ବର୍ଷିୟ ବାଳିକା ଉପରେ ଏସିଡ ଆକ୍ରମଣ ମାମଲାରେ ପଞ୍ଚ ବର୍ଷ ଧରି ଜେଲରେ ରହିସାରିଛନ୍ତି । କୋର୍ଟ ହିମାଚଳ ପ୍ରଦେଶ ସରକାରଙ୍କୁ ମଧ୍ୟ ପୀଡିତାଙ୍କୁ ଅନୁକମ୍ପା ରାଶି ଯୋଜନାରେ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ଏଏମ ଖାନବିଲକର ଏବଂ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ବାସ୍ତବରେ ଏହି କଥାକୁ ମନା କରାଯାଇ ପାରିବ ନାହିଁ ଯେ ପୀଡିତାକୁ ଦୋଷୀ ମାନଙ୍କ ଦ୍ୱାରା ଅସଭ୍ୟ ଏବଂ ନିର୍ମମ ଅପରାଧ ପାଇଁ ଅନେକ କଷ୍ଟ ସହିବାକୁ ପଡିଛି ଯାହାର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଅପରାଧ କ୍ଷମା ଯୋଗ୍ୟ ନୁହେଁ । ପୀଡିତା ଯେଉଁ ଭାବନାତ୍ମକ ପୀଡା ଦେଇ ଗତି କରିବାକୁ ପଡିଥିବ, ଦୋଷୀଙ୍କୁ ଦଣ୍ଡ ଦେଇ ମଧ୍ୟ ତାର ଭରଣ କରାଯାଇପାରିବ ନାହିଁ ।