ଭୁବନେଶ୍ୱର ୬/୧ : ଭୁବନେଶ୍ୱର ସ୍ପେଶାଲସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀଙ୍କ ପୁତ୍ର ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଆୟୁଷ୍ମାନ ଓ ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଠାବ କରାଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ କୋ÷ଣସି କାରଣରୁ ମା’ଙ୍କ ସହ ପାଟିତୁଣ୍ଡ ହେବାରୁ ଆୟୁଷ୍ମାନ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟଏକ ସୂତ୍ରରୁ ପ୍ରକାଶ ଯେ, ସେ ମିଛରେ ଆତ୍ମହତ୍ୟା କରିବାର ଧମକ ଦେଇ ବେକରେ ନିଜ ପ୍ୟାଣ୍ଟକୁ ଗୁଡ଼ାଇ ଫ୍ୟାନରେ ତାକୁ ଟାଙ୍ଗିବାକୁ ଉଦ୍ୟମ କରୁଥିଲେ । ଗୋଡ଼ ଖସିଯିବାରୁ ସେ ଚାପି ହୋଇ ପ୍ରାଣ ହରାଇଥିଲେ ।