ଦେଶ ବିଦେଶ

ଏୟାର ଇଣ୍ଡିଆର ସପ୍ଟଓୟାରରେ ଯାନ୍ତ୍ରିକ ତୃଟି : ୧୪୯ ଫ୍ଲାଇଟ ବିଳମ୍ବ

Published

on

ନୂଆଦିଲ୍ଲୀ ୨୮/୪ : ଏୟାର ଇଣ୍ଡିଆର ସପ୍ଟଓୟାରରେ ଯାନ୍ତ୍ରିକ ତୃଟି । ସରକାରୀ ଏୟାର ଲାଇନର କମ୍ପାନୀ କହିଛି କି, ଆଜି ମଧ୍ୟ ୧୩୭ ଫ୍ଲାଇଟରେ ବିଳମ୍ବ ହେବ । ଠିକ୍ ଗୋଟିଏ ଦିନ ପୂର୍ବରୁ ଏୟାର ଇଣ୍ଡିଆ ଯାତ୍ରୀଙ୍କର ଏଭଳି ଅସୁବିଧାର ସାମ୍ନା କରିଥିଲା ।
ଏହା ଦ୍ୱାରା ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଚେକ ଇନ ବ୍ୟାଗେଜ ଏବଂ ରିଜରଭେଶନ ସର୍ଭିସ ସମ୍ଭାଳୁଥିବା ସପ୍ଟଓୟାର ସକାଳ ୩ଟା ୩୦ରୁ ୮ଟା ୪୫ ପର‌୍ୟ୍ୟନ୍ତ ଡାଉନ ଥିଲା । ସପ୍ଟଓୟାର ଶଟଡାଉନ କାରଣରୁ ୧୪୯ ଫ୍ଲାଇଟ ବିଳମ୍ବିତ ରହିଛି । ବିଳମ୍ବ ହେବାର କାରଣ- ଯଦି କୌଣସୀ କାରଣରୁ ପ୍ରଥମ ଫ୍ଲାଇଟ ବିଳମ୍ବ ହୁଏ ତେବେ ତାହାର ପରବର୍ତୀ ଫ୍ଲାଇଇ ସମୟରେ ପରିବର୍ତନ ହେବ । ଏହି କ୍ରମରେ ଦ୍ୱିତୀୟ ଏବଂ ତୃତୀୟ ଫ୍ଲାଇଟରେ ବିଳମ୍ବ ହୋଇଥାଏ । ଏୟାର ଇଣ୍ଡିଆର ସମୁଦାୟ ୬୭୪ ଫ୍ଲାଇଟ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version