ଦେଶ ବିଦେଶ

ଏୟାର ଶୋ ବେଳେ ପୁଣି ଅଘଟଣ : ନିଆଁ ଲାଗି ଜଳିଗଲା ୧୫୦ କାର୍‌

Published

on

ବେଙ୍ଗାଲୁରୁ ୨୩/୨ : ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏୟାର ଶୋ ଚାଲିଥିବାବେଳେ ଏକ କାର୍‌ ପାର୍କିଂରେ ନିଆଁ ଲାଗିଛି। ଫଳରେ ପାର୍କିଂ ସ୍ଥଳରେ ଥିବା ପ୍ରାୟ ୧୫୦ଟି କାର୍‌ରେ ନିଆଁ ଲାଗି ଯାଇଛି । ଚାହୁଁ ଚାହୁଁ ଗୋଟିଏ କାର୍‌ରୁ ଅନ୍ୟ କାର୍‌କୁ ନିଆଁ ବ୍ୟାପିଥିଲା । ପାଖରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ଜଳି ଯାଇଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତ ମଙ୍ଗଳବାର ଦିନ ବାଙ୍ଗାଲୁରୁରେ ଅଭ୍ୟାସବେଳେ ଦୁଇଟି ସୂର‌୍ୟ୍ୟକିରଣ ଏୟାରକ୍ରାଫ୍ଟ ପରସ୍ପର ସହ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୟେଲହଙ୍କା ଏୟାରପୋର୍ଟରେ ଏୟାର ଶୋ ଅଭ୍ୟାସ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟ୍ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏୟାର ଇଣ୍ଡିଆ ପକ୍ଷରୁ ୨୦ ତାରିଖରୁ ପାଞ୍ଚ ଦିନିଆ ଏୟାର ଇଣ୍ଡିଆ ୨୦୧୯ ଚାଲିଛି । ଯାହାକି ଆସନ୍ତାକାଲି ଶେଷ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version