ଖୋର୍ଦ୍ଧା ୩୧/୧ : ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେମାଦେଇସ୍ଥିତ ଜଣେ ଓକିଲଙ୍କ ଘରେ ବୋମା ମାଡ଼ ହୋଇଛି । ଏଥିରେ କେହି ମୃତାହତ ହୋଇନଥିଲେ ହେଁ ଘରର ଝରକା କାଚ ଭାଙ୍ଗିଯାଇଥିବାବେଳେ କବାଟ ଖଣ୍ଡଖଣ୍ଡ ହୋଇଯାଇଛି । ସମ୍ପୃକ୍ତ ଓକିଲ ଜଣକ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ କରୁଥିଲେ ହେଁ, ହଠାତ୍ କାହାରିକୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଓକିଲ ସଂଘ କୋର୍ଟ ବର୍ଜନ କରିଛି । ଫଳରେ କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି ।