ରାଜ୍ୟ

ଓଟିଇଟିର ଦୁଇ ସିଟିଂ ପରୀକ୍ଷା ବାତିଲ

Published

on

ଭୁବନେଶ୍ୱର ୧୬/୧ : ପ୍ରଶ୍ନପତ୍ର ଲିକ ହେବା କାରଣରୁ ବୁଧବାର ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ବାତିଲ ହୋଇଛି । ଏହି ଦୁଇ ସିଟିଂର ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ହଇଚଇ ସୃଷ୍ଟି ହୋଇଥିଲା । ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୋସିଆଲ ମିଡ଼ିଆରେ ପ୍ରସାରିତ ପ୍ରଶ୍ନପତ୍ରକୁ ଯାଂଚ କରିବା ପରେ ଏହାର ସତ୍ୟତା ଅନୁଭବ କରି ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ପରୀକ୍ଷା ପୁଣିଥରେ କେବେ ହେବ ତାହା ପରେ ଜଣାଇ ଦିଆଯିବ ବୋଲି ପରିଷଦ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ପରୀକ୍ଷାର୍ଥୀମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ରାଉରକେଲାର ଉଦିତନଗରରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ବାହାରେ ଧାରଣାରେ ବସିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version