ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁରୀ ଶାଢ଼ୀକୁ ୟୁନେସ୍କୋ ମାନ୍ୟତା ମିଳିଛି।ଗତକାଲି ୟୁନେସ୍କୋ ପକ୍ଷରୁ ପ୍ରକାଶିତ ଭାରତୀୟ ଐତିହ୍ୟ ବସ୍ତ୍ରକଳା ତାଲିକାରେ ସମ୍ବଲପୁରର ବାନ୍ଧ ଟାଇ ଆଣ୍ଡ ଡାଇ ବୁଣା ବସ୍ତ୍ରକଳାକ ସ୍ଥାନ ପାଇଛି।
ୟୁନେସ୍କୋ ପକ୍ଷରୁ ପ୍ରକାଶିତ Handmade for the 21st Century: Safeguarding Traditional Indian Textile ତାଲିକାରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ବ୍ୟତୀତ ତାମିଲନାଡୁର ତୋଡା ଏମ୍ବ୍ରଡ୍ରରୀ ଓ ସୁଙ୍ଗାଡି, ହାଇଦ୍ରାବାଦର ହିମରୂ ବସ୍ତ୍ରକଳା ସମେତ ପଚାଶ ଟି ଭାରତୀୟ ବସ୍ତ୍ରକଳା ସ୍ଥାନ ପାଇଛି।