National

ଓଡ଼ିଶା ଆଇଏଏସ ଅଫିସର ଅର୍ ପି ସିଂହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନୂତନ ବ୍ୟକ୍ତିଗତ ସଚିବ

Published

on

ଭୁବନେଶ୍ୱର: ଓଡିଶା କ୍ୟାଡରର ୨୦୦୭ ବ୍ୟାଚ ଆଇଏଏସ ଅଫିସର ରବୀନ୍ଦ୍ର ପ୍ରସାଦ ସିଂହ ହେବେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନୂତନ ବ୍ୟକ୍ତିଗତ ସଚିବ।

ରାଜୀବ କୁମାରଙ୍କ ତିନି ବର୍ଷର ଉପାଧ୍ୟକ୍ଷ କାଳରେ ଏହି ପଦବୀରେ ସିଂହ ହେବେ ତୃତୀୟ। ପୂର୍ବରୁ ଝାଡ଼ଖଣ୍ଡ କ୍ୟାଡର ଆଇଏଏସ ଅଫିସର ମଞ୍ଜୁନାଥ ଭଜନାନ୍ତ୍ରୀ ଏହି ପଦବୀରେ ଅଳ୍ପ କେଇଟି ମାସ ମାତ୍ର ରହି ପାରିଥିଲେ। ତାଙ୍କ ପୂର୍ବରୁ ଆଇଅରଏସ ନିଧି ଶର୍ମା ଥିଲେ। ହେଲେ ସେ ବି ବେଶୀ ଦିନ ରହିପାରିନଥିଲେ।

ଗତ ସେପ୍ଟେମ୍ବର ୧, ୨୦୧୭ ରେ ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version