ରାଜନୀତି

ଓଡ଼ିଶା କଂଗ୍ରେସର ସ୍ପିକ୍ ଅଫ୍ ଇଣ୍ଡିଆ : ପ୍ରବସୀ ଶ୍ରମିକଙ୍କୁ ୧୦,୦୦୦ ଟଙ୍କା ଦିଅ

Published

on

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ସାରା
ଭାରତବର୍ଷରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ ତଥା ନେତୃବୃନ୍ଦ ଏବଂ ଭାରତବର୍ଷର ଜନସାଧାରଣ ଏକ ସ୍ୱରରେ ଭାରତ
ସରକାରଙ୍କ ନିକଟରେ ୩ଟି ଦାବୀ ନେଇ ଗୁରୁବାର ଦିନ ୧୧ ଟାରୁ ଦିନ ୨ ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ଯଥା
ଫେସ୍‌ବୁକ୍‌, ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ୩ଟି ମୁଖ୍ୟଦାବୀ ସମ୍ପର୍କରେ ଅବଗତ କରାଇଛନ୍ତି ।
ପ୍ରଥମ ଦାବୀ ଭାରତବର୍ଷର ଯେଉଁ ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏଁ
ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଏବଂ ତତ୍‌କ୍ଷଣାତ ସେମାନଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ
ସେମାନଙ୍କ ଖାତାରେ ଜମା କରାଯାଉ । ଯଦ୍ୱାରା ଭାରତବର୍ଷର କୋଟି କୋଟି ଶ୍ରମିକମାନେ ତାଙ୍କ ଜୀବନକୁ ବଂଚାଇ ପାରିବେ।
ନଚେତ୍ ଆସନ୍ତା ଦିନରେ କୋଭିଡ – ୧୯ ମହାମାରୀ ଠାରୁ ଅନାହାର ମୃତ୍ୟୁଜନିତ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ।
ଦ୍ବିତିୟତଃ କୃଷକମାନଙ୍କର ରବି ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ମାର୍ଚ୍ଚ ମାସ ୨୫ ତାରିଖ ପାଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକ୍ରୀ କରିପାରିଲେ ନାହିଁ । ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡା ସଦୃଶ । ଆଉ ଅଳ୍ପ କେତେଦିନ ପରେ ଖରିପ୍ ଫସଲ ପାଇଁ କୃଷକ କ୍ଷେତ୍ର ପ୍ରସ୍ତୁତ କରିବ କିନ୍ତୁ କୃଷକ ହାତରେ ଅର୍ଥ ନାହିଁ । ସମସ୍ୟା ଘେରରେ ଥିବା
କୃଷକ, ଶ୍ରମିକ ଏଭଳି ଏକ ସ୍ଥିତିରେ ଆସନ୍ତା ଖରିଫ୍ ଋତୁ ପାଇଁ କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ
ଔଷଧ ଏବଂ ନଗଦ ଅର୍ଥର ସହାୟତା ପ୍ରଦାନ କରାଯାଉ । ଯଦ୍ୱାରା କୃଷକର କିଛିମାତ୍ରରେ ଦୁଃଖ ଲାଘବ ହୋଇପାରିବ ।

ତୃତୀୟତଃ ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ୍ ଯୋଗେ ନିଜ ଅଂଚଳରେ ଆଣି
ପହଂଚାନ୍ତୁ । ଏ ଶ୍ରମିକଙ୍କୁ ରାଜ୍ୟ ରାଜ୍ୟ ଭିତରେ ନ ବାଂଟି, ନିର୍ଦ୍ଦିଷ୍ଟ ରାଜ୍ୟର ଶ୍ରମିକ ନକହି ସେମାନଙ୍କୁ ଭାରତ ବର୍ଷର ଶ୍ରମିକ,
ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ପ୍ରଗତିର ମୂଳ ଚାବିକାଠି ବୋଲି ଗ୍ରହଣ କରି ତାଙ୍କୁ ଅତିଶୀଘ୍ର ନିଜ ଅଂଚଳକୁ ଫେରାଇ
ଆଣିବାର ବ୍ୟବସ୍ଥା କରିବା ସହିତ ଯାତ୍ରା ସମୟରେ ତାଙ୍କର ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଭାରତବର୍ଷ ଏହି ୬୪ ଦିନ କାଳ ଦେଖୁଛି ଶ୍ରମିକମାନେ ଆଜିବି ମଧ୍ୟ ରାଜରାସ୍ତାରେ ଭୋକ ଉପାସରେ ଚାଲିଛନ୍ତି । ଏହା ଏକ
ଅତ୍ୟନ୍ତ ହୃଦୟ ବିଦାରକ ଯନ୍ତ୍ରଣା । ଏକ ଅମାନବୀୟ ପରିସ୍ଥିତିରୁ ମୁକୁଳିବା ପାଇଁ ଯଥାଶୀଘ୍ର କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ
କରିବା ପାଇଁ ବାଧ୍ୟ ହେବେ । ତେଣୁ ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ତଥା କଂଗ୍ରେସ
ପ୍ରେମୀ ବନ୍ଧୁ ଏବଂ ଓଡିଶାର ସଚେତନ ନାଗରିକଙ୍କୁ ଅନୁରୋଧ ଏହା ଅଧିକରୁ ଅଧିକତର ସାମାଜିକ ଗଣମାଧ୍ୟମରେ ଏହି ୩ଟି
ଦାବିକୁ ଉପସ୍ଥାପନ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version