ଭୁବନେଶ୍ୱର: ବିଶ୍ଵ ବଜାରରେ ଲୁହାପଥରର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦର ଦଶନ୍ଧିର ସବୁଠାରୁ ଉଚ୍ଚରେ ରହିଛି। ଗତ ବର୍ଷ ଠାରୁ ଆରମ୍ବ ହେଇଥିବା ଏହି ଦର ବୃଦ୍ଧି ଆସନ୍ତା ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଲାଗି ରହିବ।
ଦେଶର ପ୍ରମୁଖ ଲୁହାପଥର ଉତ୍ପାଦନକାରୀ ସଂସ୍ଥା ଏନଏମଡିସିର ପିଣ୍ଡ ଲୁହାପଥର ଦର ଟନ ପିଛା ୬୯୭୦ ଟଙ୍କା ରହିଛି। ଏହା ଗତବର୍ଷ ମେ’ ରେ ୨୨୫୦ ଟଙ୍କା ଥିଲା। ଓଡ଼ିଶାର ଲୁହାପଥର ଦର ଏହାଠାରୁ ଅଧିକ ରହିଛି।
ଲୁହାପଥର ଦର ଵୃଦ୍ଧି ପଛରେ ବଜାରକୁ ଏହି କଞ୍ଚା ମାଲର ଯୋଗାଣ ହ୍ରାସ ବୋଲି କୁହାଯାଉଛି। ଓଡିଶା ଓ ଛତିଶଗଡ଼ ଭଳି ଦେଶର ଦୁଇଟି ବିଶ୍ୱର ପ୍ରମୁଖ ଲୁହାପଥର ଉପାଦାନକରୀ ରାଜ୍ୟ ସେମାନଙ୍କର ଉତ୍ପାଦନ ବୃଦ୍ଧି କରୁନାହାନ୍ତି। ଓଡିଶା ୩୦ ଟି ଖଣି ଟେଣ୍ଡର ମାଧ୍ୟମରେ ଲିଜ ମାଧ୍ୟମରେ ପ୍ରଦାନ କରିଥିଲେ ମଧ୍ୟ ସେଥି ମଧ୍ୟରୁ ପ୍ରାୟ ୧୧ ଟି ସଂସ୍ଥା ସେମାଙ୍କର ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ବ୍ରାଜ଼ୀଲ ଭଳି ଦେଶ କୋଭିଡରେ ଆକ୍ରାନ୍ତ ହୋଇପଡ଼ିଛି। ଅନ୍ୟ ପକ୍ଷରେ ଚୀନ ନିଜର ଚାହିଦା ମେଣ୍ଟାଇବାକୁ ଯାଇ ବିଶ୍ଵ ବଜ଼ାରରୁ ଅଧିକ ଦମରେ ଲୁହାପଥର କିଣିବା ଆରମ୍ବ କରିଛି।
ଲୁହାପଥର ଦର ବୃଦ୍ଧି ଫଳରେ ଆଗାମୀ ଦିନରେ ଇସ୍ପାତ ଦର ବୃଦ୍ଧି ପାଇବା ସ୍ୱାଭାବିକ। ଇସ୍ପାତ କାରଖାନା ଗୁଡିକ ଇତି ମଧ୍ୟରେ ଇସ୍ପାତ ଦର ମୋଟ ୪୫୦୦ ଟଙ୍କା ବୃଦ୍ଧି କରିଥିବାବେଳେ ଆଗକୁ ଆହୁରି ଦର ବୃଦ୍ଧି ପାଇଁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ହଟ ରୋଲ୍ଡ଼ କଏଲ (HRC) ଦର ଟନ ପିଛା ୬୫,୦୦୦ ଟଙ୍କାରୁ ୬୮,୦୦୦ ଟଙ୍କା ରହିଛି।