ରାଜନୀତି

ଓଡିଶ।ରେ ମୋଦି ବନାମ ପ୍ରବିଣ ତୋଗାଡିଆ

Published

on

ଭୁବନେଶ୍ୱର: ଆସନ୍ତାକାଲି ଓଡିଶାରେ ମୋଦି ବନାମ ପ୍ରବିଣ ତୋଗାଡିଆ ମୁହାଁ-ମୁହିଁ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସି ଖୋର୍ଦ୍ଧାର ଅରଗୁଳ ଠାରେ ଆଇଆଇଟି ଭୁବେନେଶ୍ୱରର ନୂତନ କ୍ୟାମ୍ପସ୍ ର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ତଳେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ମୋଦି ତାଙ୍କ ଭାଷଣରେ ତାଙ୍କ ସରକାରର ସଫଳତା ବଖାଣିବା ସଙ୍ଗେ ସଙ୍ଗେ ବିରୋଧୀ କଂଗ୍ରେସକୁ ସମାଲୋଚନା କରିବେ । ଏହି ଅବସରରେ ସେ ରାଜ୍ୟର ନବୀନ ପଟ୍ଟନାୟକ ସରକାରକୁ ମଧ୍ୟ ଟାର୍ଗେଟ କରିବେ ।
ତେବେ ମୋଦିଙ୍କର ଏହିର ଜବାବ ରଖିବାକୁ ଓଡିଶାରେ ଆସି ପହଂଚିଛନ୍ତି ଆର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବିଣ ତୋଗାଡିଆ । ମୋଦିଙ୍କର ଚରମ ସମାଲୋଚକ ହିସାବରେ ପରିଚିତ ତୋଗାଡିଆ ଆଜି ଯାଜପୁର ଓ ଭଦ୍ରକରେ ସାଧାରଣ ସଭାରେ ଭାଷଣ ଦେଇ ମୋଦି ସରକାରକୁ ତିବ୍ର ସମାଲୋଚନ କରିଛନ୍ତି । ମୋଦିଙ୍କର ମିଥ୍ୟା ପ୍ରତିଶୃତି ଯୋଗୁଁ ବିଜେପି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ତାନରେ ପରାଜୟ ବରଣ କଲା । ରାମ ମନ୍ଦିର ନିର୍ମାଣା, ଚାଷୀ ରୁଣ ଛାଡ ଓ ବେକାରଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇ ମୋଦି ସରକାର ତାହା ପୂରଣ ନ କରିବା ଫଳରେ ଦଳକୁ ଏହି ଦଶା ଭୋଗିବାକୁ ପଡିଲା ବୋଲି ତୋଗାଡିଆ କହିଛନ୍ତି ।
ଆସନ୍ତାକାଲି ମୋଦି ଖୋର୍ଦ୍ଧାରେ ଭାଷଣ ଦେଉଥିବାବେଳେ ତୋଗାଡିଆ ମାତ୍ର ୬୦ କିଲୋମିଟର ଦୂରରେ ଅର୍ଥାତ ନୟାଗଡରେ ଜନତାଙ୍କ ମୋଦି ସରକାରର ବିରୁଦ୍ଧରେ ବିଷ ଉଦ୍ଗାର କରୁଥିବେ । ଏହା ପରେ ଝାରସୁଗୁଡାରେ ତାଙ୍କର ସଭା ରହିଛି ।
ତୋଗାଡିଆ ସଂଘ ପରିବାରର ବିଶ୍ୱ ହିନ୍ଦୁ ପରିଷଦର ଆର୍ନ୍ତଜାତୀୟ ଅଧ୍ୟକ୍ଷ ଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ତାଙ୍କ ସେହି ପଦରୁ ହଟାଇ ଦିଆଗଲା । ତୋଗାଡିଆ ମୋଦଙ୍କ ବିରୁଦ୍ଧରେ ମୁହଁ ଖୋଲିବାରୁ ତାଙ୍କୁ ବିଶ୍ୱ ହିନ୍ଦୁ ପରିଷଦରୁ ବାହାର କରି ଦିଆଗଲା ବୋଲି ସେ ଭାବୁଛନ୍ତି । ମୋଦି ବିଜେପି ସଭାପତି ଅମିିତ ଶାହାଙ୍କ ସହ ମିଶି ଏଭଳି ଷଡଯନ୍ତ୍ର ତାଙ୍କ ବିରୁଦ୍ଧରେ କରିଛନ୍ତି ବୋଲି ତାଙ୍କର ଦୃଢ ଧାରଣା ରହିଛି । ଏହା ପରେ ତୋଗାଡିଆ ନିଜର ଏକ ହିନ୍ଦୁ ସଂଗଠନ –ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ –କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅଭିଯାନ ଜାରି ରଖିଛନ୍ତି । ତୋଗାଡିଆ ମୋଦିଙ୍କ ବିରୁଦ୍ଧରେ ମଧ୍ୟ ତାଙ୍କର ପ୍ରଚାର ତୀବ୍ର କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version