ନୂଆଦିଲ୍ଲୀ: ଓଡିଶାକୁ ମିଳିବକି ରାଜ୍ୟସଭା ଉପାଧ୍ୟକ୍ଷ ପଦ?
ଏହି ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି ଭୁବନେଶ୍ୱରରୁ ଦିଲ୍ଲୀ ଯାଏ।
ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଓଡିଶା କଥା ଉଠିଥିଲା। ସେତେବେଳେ ବିଜେଡିର ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଏନଡିଏର ବହୁମତ ହୋଇ ପାରୁନଥିବାରୁ ବିଜେପି ବିଜେଡି ପ୍ରାର୍ଥୀ ଦେଇ କଂଗ୍ରେସକୁ ଏହି ପଦ ହତେଇବାରୁ ବଞ୍ଚିତ କରିବାର ରଣାନୀତିର କରିଥିଲା ତେବେ ଶେଷ ମୁହୂର୍ତ୍ତରେ ହରିବଂଶ ନାରାୟଣ ସିଂହଙ୍କୁ ଏହି ପଦ ମିଳିଥିଲା। ହରିବଂଶ ଏନଡିଏର ପ୍ରାର୍ଥୀ ଥିବାବେଳେ ମିଳିତ ବିରୋଧି ଦଳର ପ୍ରାର୍ଥୀ ଥିଲେ କଂଗ୍ରେସର ହରି ପ୍ରସାଦ। ଏହି ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ ଦେଇଥିଲା। ପ୍ରକୃତରେ ବିଜେଡିର ୯ ଖଣ୍ଡ ଭୋଟ ଯୋଗୁଁ ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ବିଜୟ ସମ୍ଭବ ହୋଇପାରିଥିଲା।
ହରିବଂଶଙ୍କ ରାଜ୍ୟସଭା ଅବଧି ସରିବାପରେ ବର୍ତ୍ତମାନ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ଏବେ ଖାଲି ପଡ଼ିଛି। ହେଲେ କାହାକୁ ମିଳିବ ଏହି ମର୍ଯ୍ୟଦାଜନକ ପଦ? ତାହାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ।
ଇତିମଧ୍ୟରେ ହରିବଂଶ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଆଶା କରାଯାଉଥିଲା ଯେ ତାଙ୍କୁ ପୁଣି ଉପାଧ୍ୟକ୍ଷ କରାଯିବ। ତେବେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ଦାଇତ୍ଵ ବଣ୍ଟନ ବେଳେ ସ୍ପଷ୍ଟ ହୋଇ ଯାଇଥିଲା ଯେ ହରିବଂଶଙ୍କୁ ବଜେପି ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ବସାଇବାକୁ ଚାହୁଁ ନାହିଁ।
Sasmit Patra
ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସାଧାରଣତଃ କୌଣସି ଦାଇତ୍ଵ ଦିଆଯାଇନଥାଏ। କିନ୍ତୁ ଗତକାଲି ନାବନିର୍ବାଚିତ ସଦସ୍ୟମାନକୁ ରାଜ୍ୟସଭାର ବିଭିନ୍ନ କମିଟିକୁ ମନୋନୀତ କଲାବେଳେ ଅଧ୍ୟକ୍ଷ ଉପରାଷ୍ଟ୍ରପତି ଏମ ଭେନକେୟା ନାଇଡୁ ହରିବଂଶଙ୍କୁ ମଧ୍ୟ ମନୋନୀତ କରଛନ୍ତି।
ଏହି ଘଟଣା ପରେ ବର୍ତ୍ତମାନ ଉପାଧ୍ୟକ୍ଷ ପଦ ପାଇଁ ଲବି ଜୋର ହେବାରେ ଲାଗିଛି। ରାଜ୍ୟସଭାରେ ବିଜେପି ନେତୃତ୍ୱ।ଧୀନ ଏନଡିଏର ବର୍ତ୍ତମାନ ବହୁମତ ଠାରୁ ଦୂରରେ ରହିଛି।
ରାଜ୍ୟସଭାର ୨୪୫ ଆସନ ମଧ୍ୟରୁ ବର୍ତ୍ତମାନ ବିଜେପିର ୮୬ ଜଣ ସଭ୍ୟ ଅଛନ୍ତି। ଏନଡିଏ ର ସଂଖ୍ୟା ୧୦୦ ରହିଛି। କଂଗ୍ରେସର ୪୧ ଜଣ ସଦସ୍ୟ ଅଛନ୍ତି।
ନିର୍ବାଚନରେ ଜିତିବାକୁ ହେଲେ ଏନଡିଏକୁ ବିଜେଡି, ଏଆଇଏଡିଏମକେ ଏବଂ ୟାଇଏସଆର କଂଗ୍ରେସର ସମର୍ଥନ ଆବଶ୍ୟକ। ଏହିଭଳି ପରିସ୍ଥିତିରେ ବଜେପି ଓଡିଶାର ବିଜେଡିକୁ ଏହି ପଦ ଯାଚିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ବିଜେଡିର ସାଂସଦ ସସ୍ମିତ ପାତ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାଇସ ଚେୟାରମ୍ୟାନ୍ ମଣ୍ଡଳକୁ ମନୋନୀତ କରିବାପରେ ବଜେପି ବର୍ତ୍ତମାନ ଉପାଧ୍ୟକ୍ଷ ପଦ ଯାଚିବାର ସମ୍ଭାବନା ରହିଛି। ତେବେ ଏ ସମ୍ପର୍କରେ ଦଳର ସୁପ୍ରିମୋ ଠିକଣା ସମୟରେ ନିଷ୍ପତି ନେବେ।
ବଜେପି ମଧ୍ୟ ଓଡ଼ିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ବଜେପିର ଆଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିପାରେ।