ରାଜ୍ୟ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

Published

on

ଭୁବନେଶ୍ୱର ୧/୪ : ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭେଙ୍କେୟା ନାଇଡୁ । ନିର୍ଦ୍ଧାରିତ ସମୟର ୧୦ ମିନିଟ ପୂର୍ବରୁ ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ପହଞ୍ଚିବା ପରେ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ , ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ କଡା ସୁରକ୍ଷାବଳୟ ମଧ୍ୟରେ ରାଜଭବନ ଅଭିମୁଖେ ବାହାରିଛନ୍ତି ଭେଙ୍କେୟା ନାଇଡୁ । ତେବେ ମିଳିଥିବା ସୂଚନା ଅନୁସାରେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେଉଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ସୋମବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହାସହ ଉପରାଷ୍ଟ୍ରପତି ଭାରତୀୟ ଯୁବଶକ୍ତି ଟ୍ରଷ୍ଟ ପକ୍ଷରୁ ରେଳ ଭବନ ପ୍ରେକ୍ଷାଳୟରେ ଆୟୋଜନ ହେଉଥିବା ସମ୍ମିଳନୀରେ ମଧ୍ୟ ଯୋଗଦେବେ।

Leave a Reply

Your email address will not be published. Required fields are marked *

Trending

Exit mobile version