ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ବଢିବାରେ ଲାଗିଛି । ଏବେ ଏହାର ମୂଲ୍ୟ କିଲୋ ପ୍ରତି ୫୦ ଟଙ୍କା ହେଇଛି । କଟକ, ଭୁବନେଶ୍ୱର , ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଚଢା ଦରରେ ପିଆଜ କିଣୁଛନ୍ତି ଗ୍ରାହକ । ବିଶେଷକରି ନାସିକ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଏହା ସବୁ ବର୍ଗର ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଦିଲ୍ଲୀରେ ପିଆଜ ଦର କମିଛି। ଦିଲ୍ଲୀରେ କିଲୋ ପ୍ରତି ୨୨ ଟଙ୍କାରେ ବିକ୍ରି ହୋଇଛି ପିଆଜ। ଜାତୀୟ ଖାଉଟି ସମବାୟ ଫେଡେରେସନ୍-ଏନ୍ସିସିଏଫ୍ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୨ ଟଙ୍କା କିଲୋରେ ପିଆଜ ବିକ୍ରି ହୋଇଛି । ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ସମାଧାନର ବାଟ ଖୋଜିଛନ୍ତି । ସରକାର ଏବେ ପିଆଜ କିଣୁଥିବା ବେଳେ ଏହାର ବିକ୍ରି ଆରମ୍ଭ ହେବ ବୋଲି କେଜ୍ରିଓ୍ଵାଲ ଘୋଷଣା କରିଥିଲେ। ମୋବାଇଲ୍ ଭ୍ୟାନ୍ ଦ୍ୱାରା ସରକାର ପିଆଜର ବିକ୍ରି ଆରମ୍ଭ କରିବା ନେଇ ଘୋଷଣା ହୋଇଥିଲା। ମୁଖ୍ୟତଃ ଏବେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପିଆଜ କିଲୋ ୮୦ ଟଙ୍କା ପାର କରିଛି ।