ରାଜ୍ୟ

ଓଡିଶା ଆଇଏଏସ ସ୍ତରରେ ଅଦଳ ବଦଳ: ବଦଳିଲେ ୪ ଜିଲ୍ଲାପାଳ

Published

on

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ଆଇଏଏସ ସ୍ତରରେ ଅଦଳବଦଳ କରି ୪ ଜିଲ୍ଲାପାଳ ବଦଳେଇଛନ୍ତି। ମାଲକାନଗିରି, ବରଗଡ, ଗଜପତି ଏବଂ ସୋନପୁର ଜିଲ୍ଲାପାଳଙ୍କଙ୍କୁ ସରକାର ବଦଳାଇଛନ୍ତି।

ସୋନପୁର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମୋନାଲିସା ବାନାର୍ଜୀଙ୍କୁ ବରଗଡ ଜିଲ୍ଲାପାଳ ଭାବେ, ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ, ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି ଏବଂ ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ସୁନିଲ ନରଭଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ନରଭଣେ ରାଉରକେଲା ଏଡିଏମ୍‍ ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ସ୍ଥାନରେ ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍‍ ଭାବେ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି।

ମାଲକାନଗିରି ଜିଲ୍ଲାପାଳ ଥିବା ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୱାଇ.ବିଜୟଙ୍କୁ ପଶୁ ସମ୍ପଦ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସରକାର ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବଶିଷ୍ଟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ। ସେହିଭଳି
୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି। ଏଥି ସହିତ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ।

ସରକାର ୨୦୧୦ ବ୍ୟାଚ ଆଇଏଏସ୍‍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ବଦଳି କରିଛନ୍ତି। ଗଜପତି ଜିଲ୍ଲାଭାବେ ଦାୟିତ୍ୱରେ ଥିବା ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି I

ଶ୍ରୀ

ଶ୍ରୀ ସିଂହ ଯାଜପୁର ପିଡି ଡିଆରଡିଏ ଦାୟିତ୍ୱ ତୁଲାଉଥିଲେ

୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଭାବେ ଏବଂ ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ପି ଅନ୍ୱେଶା ରେଡ୍ଡୀଙ୍କୁ ମୟୁରଭଞ୍ଜ ପିଡି, ଡିଆରଡିଏ ଭାବେ ନିଯୁକ୍ତି ମିଳିଛି।
ସୁଶ୍ରୀ ରେଡ୍ଡୀ ବାରିପଦା ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ଥିଲେ।

ଧର୍ମଗଡ଼ ଉପଜିଲ୍ଲାପାଳ ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ଦିବାକର ଟି.ଏସ. ଓକାକର ଓଏସ୍‍ଡି ଭାବେ ଏବଂ ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୁନିଲ ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଓଡିଶା ଫେରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ଏବଂ ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଲିଛି।
ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ମହାଜନ ମନୋଜ ସତ୍ୟାୱନଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ,
ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ ଏବଂ ଈଶ୍ୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଲିଛି।

Leave a Reply

Your email address will not be published. Required fields are marked *

Trending

Exit mobile version