ଭୁବନେଶ୍ୱର: ରାଜ୍ୟରେ ଯୋଜନା ବୋର୍ଡ଼ ଆଉ ରହିବ ନାହିଁ। ଏହା ବଦଳରେ କେନ୍ଦ୍ରର ନୀତିଆୟୋଗ ଢାଞ୍ଚାରେ ଗଠନ ହେବ ଷ୍ଟେଟ ଇନ୍ସଟିଚ୍ୟୁଟ ଫର ଟ୍ରାନ୍ସଫରମେସନ ବା ଏସଆଇଟି।
କେନ୍ଦ୍ର ସରକାର ୬୫ ବର୍ଷର ଅନୁଷ୍ଠାନ ଯୋଜନା କମିଶନ କୁ ହଟାଇ ନୀତିଆୟୋଗ ଗଠନ କରିବା ପରେ କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ଗୁଡିକରେ କାମ କରୁଥିବା ଯୋଜନା ବୋର୍ଡ଼ ଗୁଡିକ ଦିଗହରାରା ହୋଇ ପଡ଼ିଥିଲେ। ଯୋଜନା କମିଶନ ହାତରେ ଥିବା ଯୋଜନା ପାଣ୍ଠି ଅର୍ଥ ମନ୍ତ୍ରଣାଳୟ ହାତକୁ ଚାଲିଯିବା ପରେ ରାଜ୍ୟ ଯୋଜନ ବୋର୍ଡ଼ ଗୁଡିକ ଅଦରକାରୀ ହୋଇପଡିଥିଲେ।
ତେବେ ନୀତିଆୟୋଗ ବର୍ତମାନ ରାଜ୍ୟଗୁଡିକୁ ଯୋଜନା ବୋର୍ଡ଼ ସ୍ଥାନରେ ଏସଆଇଟି ଗଠନ କରିବାକୁ ଉତ୍ସ।ହିତ କରୁଛନ୍ତି। ଆଇଆଇଟି ଏବଂ ଆଇଆଇଏମର ବିଶେଷଜ୍ଞମାନଙ୍କୁ ନେଇ ଏସଆଇଟି ରାଜ୍ୟର ବିକାଶ ପାଇଁ ମାର୍ଗ ପ୍ରସ୍ତୁତ କରିବ।
ପ୍ରଥମ ଦଫାରେ ଆସାମ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଏବଂ କର୍ଣ୍ଣାଟକା ରେ ଏସଆଇଟି କାର୍ଯ୍ୟ ଅରମ୍ବ କରିବ। ଏହାପରେ ଓଡିଶା, ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଏବଂ ଗୁଜରାଟ ହେବ।