ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଦେଉନାହାନ୍ତି ତାଙ୍କର ବ୍ୟକ୍ତିତ୍ବ ବିବରଣୀ ବା ବାଓଡାଟା ।
କେନ୍ଦ୍ଏମଏସଏମଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦେଉନାହାନ୍ତି ତାଙ୍କର ବାଓଡ଼ାଟା ।
ଲୋକସଭା ସେକ୍ରେଟାରୀଏଟ ପକ୍ଷରୁ ଏହି ପାଇଁ ବାରଂବାର ଅନୁରୋଧ ସତ୍ୱେ ମିଳୁନାହିଁ ମନ୍ତ୍ରୀଙ୍କ ବାଓଡାଟା । ଏହି କାରଣରୁ ବର୍ତ୍ତମାନ ନୂତନ ଲୋକସଭାର ସଦସ୍ୟମାନଙ୍କ ହୁଜହୁ (Who’s Who) ବହି ପ୍ରକାଶ ପାଇ ପରିନାହିଁ ।
ସପ୍ତଦଶ ଲୋକସଭା ଗଠନ ହେବାର ବର୍ଷେ ପୁରିବାକୁ ଯାଉଛି ହେଲେ ବର୍ତମାନ ସୁଦ୍ଧା ହୁଜହୁ ବହି ପ୍ରକାଶ ପାଇ ପାରୁନାହିଁ ।
କେବଳ ବାଲେଶ୍ୱର ସାଂସଦ ଷଡଙ୍ଗୀ ନୁହନ୍ତି, ଲୋକସଭାର 542 ସଦସ୍ୟଙ୍କ ମଧ୍ୟରୁ 106 ସାଂସଦ ସେମାନଙ୍କର ବାଓଡ଼ାଟା ଦେଇ ନାହାଁନ୍ତି । ଶାସକ ବିଜେପିର ସର୍ବାଧିକ 44 ଜଣ,କଂଗ୍ରେସର 16 ଜଣ ସାଂସଦ ସେମାନଙ୍କର ବାଓଡାଟା ଦେଇ ନାହାନ୍ତି । ଏହି ତାଲିକାରେ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ତଥା କ୍ରିକେଟ ଖେଳାଳୀ ଗୌତମ ଗମ୍ଭୀର ବି ଅଛନ୍ତି ।
ଓଡ଼ିଶାର 21 ଜଣ ସାଂସଦଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ବ୍ୟତୀତ ଚାରିଜଣ ସେମାନଙ୍କର ବାଓଡାଟା ବର୍ତମାନ ସୁଦ୍ଧା ଦେଇନାହାନ୍ତି । ବିଜେଡିର କେନ୍ଦ୍ରାପଡା ସାଂସଦ ତଥା ଓଡ଼ିଆ ସିନେ ତାରକା ଅନୁଭବ ମହାନ୍ତି, ଦେଶର ସର୍ବ କନିଷ୍ଟ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ବିଜେଡିର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବ୍ୟୁରୋକାଟରୁ ନେତ୍ରୀ ସାଜିଥିବା ଯାଜପୁରର ସାଂସଦ ଶର୍ମିଷ୍ଠା ସେଠି ।
ଓଡିଶାରୁ ନୂତନଭାବେ ସାଂସଦ ହୋଇଥିବା ବିଜେପିର ଆଠଜଣଙ୍କ ମଧ୍ୟରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ସାତ ଜଣ ସେମାନଙ୍କର ବ୍ୟକ୍ତିତ୍ବ ବିବରଣୀ ଦେଇ ସାରିଛନ୍ତି ।କଂଗ୍ରେସର ଏକ ମାତ୍ର ସାଂସଦ ସୀଶାରାମ ଉଳକା, ବିଜେଡିର ଆସିକା ସାଂସଦ ପ୍ରମିଳା ବିଶୋଇ ସେମାନଙ୍କର ବାଓଡାଟା ଲୋକସଭା ସେକ୍ରେଟାରୀଏଟରେ ଦାଖଲ କରି ସାରିଛନ୍ତି ।