Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ (ଓଏମସି) ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି ।

ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ 1 3 MS System ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି ।

ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି । ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଏହି ଦୁଇଟି ଖଣିକୁ ଓଏମସି କୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେହିପରି ଓଏମସି ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓଏମସିକୁ ସାଧୁବାଦ ଜଣାଇଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ । ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ ।

ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯୋଶୀ କରିଥିଲେ ।

ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି ଯୋଶୀ କହିଥିଲେ ।

ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ରାଜ୍ୟ ଖଣି, ଇସ୍ପାତ ଓ ପୂତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁଆଳି ଓ ଜିଲିଙ୍ଗ ଲାଙ୍ଗଲୋଟା ଖଣି ଦୁଇଟିରୁ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସମନ୍ବୟ ରଖି କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

ଜିଲ୍‌ଙ୍ଗ ଲାଙ୍ଗଲୋଟା ୭୯.୧୨ ମିଲିୟନ ଟନ ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି ।

ସେହିପରି ୧୯୪.୯୪ ମିଲିଅନ ଟନ ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି । ଓଡିଶା ଖଣି ନିଗମ ଦ୍ରୁତ ଅଭିବୃଦ୍ଧି କରୁଥିବା ଦେଶର ଏକ ଖଣି କମ୍ପାନୀ ଅଟେ ।

ଏହି ଦୁଇଟି ନୂଆ ଖଣି ପାଇବା ପରେ ଓଏମସିର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ଓଡିଶାର ଇସ୍ପାତ ଶିଳ୍ପ କ୍ଷେତ୍ରକୁ ମିଳିଲା ଜାପାନରୁ ବୃହତ ପ୍ରତ୍ୟକ୍ଷ ପୁଞ୍ଜି, ଜେଏଫଇ କରିବ 15000 କୋଟି ଟଙ୍କା ବିନିଯୋଗ

Published

on

ରେଙ୍ଗାଲି, ସମ୍ବଲପୁର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ଏଠାରେ ଜେଏସଡବ୍ଲୁ  ଷ୍ଟିଲ୍ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି।

ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।

ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଏହି ଯୁଗ୍ମ ସହଭାଗୀତl ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ  ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍‌’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା 2030 ବେଳକୁ 100 ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।

ବର୍ତମାନ ରାଜ୍ୟ ବାର୍ଷିକ 40 ନିୟୁତ ଟନ ଇସ୍ପାତ ଉତ୍ପଦାନ କ୍ଷମତା ସୃଷ୍ଟି କରି ପାରିଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ଜଏଣ୍ଟ ଭେନ୍‌ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି, ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍‌ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, JSW Steel ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି । ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ କରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ,  ଜାପାନ କାଉନସେଲ ଜେନେରାଲ ଓସିଷୋ ଇସିକାବା, ଜେଏଫଇ ଷ୍ଟିଲ୍ କର୍ପୋରେସନର ଅଧକ୍ଷ ଓସିଷା କିତାନ, ଜେସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସଡବ୍ଲୁ ସିମେଣ୍ଟ ଓ ପେଣ୍ଟସ ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦାଳ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Continue Reading

Business

ଧାମରା ପୋର୍ଟର ୨୦୨୫-୨୬ ଆର୍ଥିକ ବର୍ଷରେ ମାଲ ପରିବହନ ରେ ନୂତନ ରେକର୍ଡ

Published

on

ଧାମରା (ଓଡିଶା) : ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡ଼ି ପି ସି ଏଲ) 2025-26 ଆର୍ଥିକ ବର୍ଷରେ ମୋଟ ୪୮.୮୦ ମିଲିୟନ ମେଟ୍ରିକ ଟନ୍ (ଏମ୍‌ଏମ୍‌ଟି) କାର୍ଗୋ ପରିଚାଳନା କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବ ବର୍ଷର ୪୬.୦୮ ଏମ୍‌ଏମ୍‌ଟି ରେକର୍ଡ ଅତିକ୍ରମ କରି ସଫଳତା ଅର୍ଜନ କରିଛି ।

ରେଲୱେ, ଶୁଖିଲା କାର୍ଗୋ ପରିଚାଳନା, ଶିପ୍‌-ଟୁ-ଶିପ୍ (ଏସ୍‌ଟିଏସ୍‌) ଅପରେସନ ଏବଂ ସମଗ୍ର ପୋର୍ଟର ଦୃଢ କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରିପାରିଛି । ନୂତନ ବାର୍ଷିକ ସଂକଳିତ ତଥ୍ୟ ଅନୁଯାୟୀ, ଡିପିସିଏଲ୍ ସମସ୍ତ ପରିଚାଳନାରେ ରେକର୍ଡ ସୁୃଷ୍ଟି କରିଛି, ଯାହା ଭାରତର ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରର ବିକାଶରେ ଥିବା ଅବଦାନକୁ ସୂଚିତ କରୁଅଛି ।

ରେଲ୍‌ୱେ ପରିବହନ ଓ ଅଧିଗ୍ରହଣ କ୍ଷମତାକୁ ବୃଦ୍ଧି କରିବା ପାଇଁ, ଡିପିସିଏଲ୍ ଏକ ମାସରେ ସର୍ବାଧିକ ୯୧୨ ରେକ୍ (୩୨୦ ରେକ୍ ଲୋଡିଂ ଏବଂ ୫୯୨ ରେକ୍ ଅନ୍‌ଲୋଡିଂ) କରିଛି । ପୂର୍ବରୁ ଏହା ୮୮୦ ରେକ୍ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ରେଲ୍‌ୱେ ଲଜିଷ୍ଟିକ୍‌ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଲାଭ କରିଛି । ସେହିପରି ଗତ ଆର୍ଥିକ ବର୍ଷରେ ୯୧୩୯ ରେକ୍ ଥିବାବେଳେ, ଚଳିତବର୍ଷ ୯୬୦୪ ରେକ୍ (୨୮୬୯ ରେକ୍ ଲୋଡିଂ ଏବଂ ୬୭୩୫ ରେକ୍ ଅନ୍‌ଲୋଡିଂ) ସହିତ ସର୍ବୋଚ୍ଚ ରେଳ ପରିବହନ ରେକର୍ଡ କରିଛି ।

ଶୁଖିଲା କାର୍ଗୋ ପରିଚାଳନାରେ ମାସିକ ୪.୧୧ ଏମ୍‌ଏମ୍‌ଟି ରୁ ବୃଦ୍ଧି ଘଟି ୪.୩୭ ଏମ୍‌ଏମ୍‌ଟିରେ ପହଞ୍ଚିଛି । ସେହିପରି ମାର୍ଚ୍ଚ ୨୦୨୬ ଶିପ୍‌-ଟୁ-ଶିପ୍ (ଏସ୍‌ଟିଏସ୍ ) ପରିଚାଳନାରେ ସର୍ବାଧିକ ୦.୬୧ ଏମ୍‌ଏମ୍‌ଟି କାର୍ଗୋ ପରିଚାଳନା କରିଥିଲା । ବାର୍ଷିକ ଭିତ୍ତିରେ ୩.୭୭ ଏମ୍‌ଏମ୍‌ଟି ରେକର୍ଡ ଅତିକ୍ରମ କରି ୪.୩୮ ଏମ୍‌ଏମ୍‌ଟିରେ ପହଞ୍ଚିଛି ଯାହାକି ସାମୁଦ୍ରିକ ମାଲ୍ ପରିବହନ ଏବଂ ଏସ୍‌ଟିଏସ୍ କ୍ଷେତ୍ରରେ ଏକ ଐତିହାସିକ ସଫଳତା ।

କାର୍ଗୋ ପରିଚାଳନାରେ ପୂର୍ବ ବର୍ଷର ୪୬.୦୮ ଏମ୍‌ଏମ୍‌ଟି ରେକର୍ଡକୁ ଅତିକ୍ରମ କରି ଉଲ୍ଲେଖନୀୟ ୪୮.୮୦ ଏମ୍‌ଏମ୍‌ଟି ବଲ୍କ କାର୍ଗୋ ହ୍ୟାଣ୍ଡଲ କରି ନିଜ କାର୍ଯ୍ୟଦକ୍ଷତା ପ୍ରମାଣିତ କରିପାରିଛି । ମାସିକ ଭିତ୍ତିରେ ଗତ ଆର୍ଥିକ ବର୍ଷର କାର୍ଗୋ ପରିଚାଳନା ଦକ୍ଷତା ୪.୬୪ ଏମ୍‌ଏମ୍‌ଟିକୁ ଅତିକ୍ରମ କରି ଚଳିତ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ୫ ଏମ୍‌ଏମ୍‌ଟି ର ସଫଳତା ହାସଲ କରିଛି । ବାର୍ଷିକ ଶୁଖିଲା କାର୍ଗୋ ପରିଚାଳନାରେ ୪୨.୦୪ ଏମ୍‌ଏମ୍‌ଟିକୁ ଅତିକ୍ରମ କରି ସର୍ବୋଚ୍ଚ ୪୨.୮୦ ଏମ୍‌ଏମ୍‌ଟିର ରେକର୍ଡ କରି ବ୍ୟବସାୟରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ନିଜର ସ୍ଥିତିକୁ ସୁଦୃଢ କରିପାରିଛି ।

ପୋର୍ଟର ଏହି ଦକ୍ଷ ପ୍ରଦର୍ଶନ ପାଇଁ ଭିତ୍ତିଭୂମି ବିକାଶ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତା ୨ଟି କ୍ଷେତ୍ରକୁ ଶ୍ରେୟ ଦିଆଯାଇଛି । ନୂତନ ରେଳଲାଇନ ସ୍ଥାପନ, ବିସ୍ତାରିତ ଷ୍ଟାକୟାର୍ଡ ସୁବିଧା ଏବଂ ଯାନ୍ତ୍ରିକ କ୍ଷେତ୍ରରେ ନିରନ୍ତର ନିବେଶ ଫଳରେ ପୋର୍ଟର କ୍ଷମତା ଏବଂ କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

Continue Reading

Business

ଟାଟା ପାୱାର ଓଡିଶାର ଓଡ଼ିଆ ସିନେଷ୍ଟାର ସଂଯୋଗ

Published

on

ଭୁବନେଶ୍ୱର : ସେଦିନ ଥିଲା କୁମାର ପୁର୍ଣିମା l ବଲାଙ୍ଗୀର ଜିଲ୍ଲା ତରଭାରେ ଭୁଜାଖାଇ ଉତ୍ସବ ପାଇଁ ଚାଲିଥିଲା ପ୍ରସ୍ତୁତି l ରାତିରେ ଦୁଲୁକିବ ମଞ୍ଚ l ଆସିବେ ନାମୀଦାମୀ ନୃତ୍ୟଶିଳ୍ପୀ, ଗାୟକ ଗାୟିକା ଆଉ ଓଡ଼ିଆ ସିନେମାର ସୁପର ଷ୍ଟାର l

ଏଣେ ଭୁବନେଶ୍ୱର ଏଆର ପୋର୍ଟରୁ ଆକାଶ ଧରିଥିଲା ହେଲିକାପଟର l ହେଲିକାପଟରରେ ଥିଲେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ l ଆଉ ତାଙ୍କ ସାଙ୍ଗରେ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ସୁପର କ୍ଯୁଇଁନ ଅନୁ ଚୌଧୁରୀ, ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ l ଚାରିଜଣ ଯାତ୍ରୀଙ୍କୁ ନେଇ ତରଭା ଯାଉଥିବା ହେଲିକାପଟର ଟି ହଠାତ ଫେରିଆସିଥିଲା ଭୁବନେଶ୍ୱର ଏଆର ପୋର୍ଟ କୁ l ହେଲିକାପଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନ୍ତ୍ରୀ ଓ ସିନେମା ଷ୍ଟାରମାନଙ୍କର ତରଭା ଭୁଜାଖାଇ ମହୋତ୍ସବ ରେ ଯୋଗ ଦେବା ସମ୍ଭବ ହେଲା ନାହିଁ l

ହେଲେ ଏଆର ପୋର୍ଟରୁ ଫେରି ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓଙ୍କ ଘରେ ଗପସପ ହେଉଥିବା ବେଳେ ଟାଟା ପୱାର ଓଡିଶା ସିଇଓଙ୍କ ପାଖରୁ ଏକ ନିମନ୍ତ୍ରଣ ପାଇଥିଲେ ସିଂହ ଦେଓ ଯେକି ଶକ୍ତି ବିଭାଗ ଦାୟିତ୍ୱରେ ଅଛନ୍ତି l ଉପ-ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ ଭୁବନେଶ୍ୱର ପୱାର ହାଉସ ଛକରେ ଥିବା ଟାଟା ପୱାରର ମୁଖ୍ୟ ଅଫିସ ରେ ପହଞ୍ଚି ଥିଲେ l

ଓଡିଶା ଟାଟା ପାୱାର କ୍ୟାମ୍ପସରେ ସେମାନଙ୍କୁ ଅପେକ୍ଷା କରିଥିଲା ଚାରୋଟି ସୁସଜ୍ଜିତ ଭ୍ୟାନ l ଅବସର ଥିଲା ଟାଟା ପାୱାରର ଭ୍ରାମ୍ୟମନ ଟ୍ରେନିଂ ଭ୍ୟାନର ଫ୍ଲାଗ ଅଫ ଉତ୍ସବ l

ଆକସ୍ମିକ ଭାବେ ମିଳିଥିବା ଷ୍ଟାର ଅତିଥିଙ୍କୁ ଏହି ଉତ୍ସବରେ ସାମିଲ କରିବାର ସୁଯୋଗ ହାତଛଡା କରିନଥିଲା ଟାଟା ପୱାର l

ଅନୁ ଚୌଧୁରୀଙ୍କ ହାତରେ ଟିପିସିଓଡିଏଲ (TPCODL), ସିଦ୍ଧାନ୍ତଙ୍କ ହାତରେ ଟିପିଏସଓଡିଏଲ (TPSODL) ଏବଂ ଆକାଶ ଦାସଙ୍କ ହାତରେ ଟିପିଏନଓଡିଏଲ (TPNODL) ପାଇଁ ଉଦ୍ଧିଷ୍ଟ ଭ୍ୟାନଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓ ଟିପିଡବ୍ଲୁଓଡ଼ିଏଲ (TPWODL) ଗାଡିକୁ ପତାକା ଦେଖାଇଥିଲେ l

ଏହି ଉତ୍ସବ ପାଇଁ ଟାଟା ପାୱାର ଯେ କେବଳ ଆକସ୍ମିକ ଭାବେ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାରମାନଙ୍କୁ କେବଳ ପାଇ ନଥିଲା, ଭ୍ୟାନଗୁଡିକର ଶୁଭାରମ୍ଭ ଘଟଣା ମଧ୍ୟ ଏକ ସଂଯୋଗ ଥିଲା l ମଧ୍ୟ ଓଡିଶା ଭୁବନେଶ୍ୱରରେ ରହୁଥିବା ଅନୁ TPCODL ର ଭ୍ୟାନ, ଦକ୍ଷିଣ ଓଡ଼ିଶାର  ବିଜେପି ବିଧାୟକ ସିଦ୍ଧାନ୍ତ TPSODL ଓ ଉତ୍ତର ଓଡିଶା ଯାଜପୁର କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକ TPNODL ପାଇଁ ଉଦିଷ୍ଟ ଗାଡିର ଶୁଭାରମ୍ଭ କରିଥିଲେ l ସେହିଭଳି ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ MLA ସିଂହ ଦେଓ TPWODL ର ଭ୍ୟାନକୁ ସବୁଜ ପତକା ଦେଖିଇ ଥିଲେ l

 

 

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions